November 15, 2024

ବାରିରୁ ଶାଗ ଚୋରି , ପଚାରିବାରୁ ଆକ୍ରମଣ ,ଥାନରେ ଅଭିଯୋଗ..

Share

୧- ଵାରିରୁ ଶାଗ ଚୋରି କୁ ନେଇ ଆକ୍ରମଣ, କୁଜଙ୍ଗ ଥାନା ରେ ଅଭିଯୋଗ ,୨- ଅଭିଯୋଗ ଆଣିଲେ ରକ୍ତାକ୍ତ ମହିଳା ଯମୁନା ପଣ୍ଡା,୩- ପ୍ରଥମେ ଅଭିଯୋଗ କଲେ ଥାନରେ ବସାଉଛି କୁଜଙ୍ଗ ପୋଲିସ, ୪- ପ୍ରତିବାଦ କଲେ ଧମକାଉଛି କୁଜଙ୍ଗ ପୋଲିସ୍, ରକ୍ଷକ ହୋଇ ଭକ୍ଷକ ସାଜୁଛି କୁଜଙ୍ଗ ପୋଲିସ୍, । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ଗୋପିଆକୁଦ ପଞ୍ଚାୟତ ର ଦୁଆଡିଆ ବାଲିସାହି ଗ୍ରାମରେ । ଗତ ୧୩ ତାରିଖ ରାତ୍ରି ରେ ଯମୁନା ପଣ୍ଡା ଙ୍କ ବାରିରୁ କୋଷିଲା ଶାଗ ଚୋରି ହୋଇଥିଲା। ୧୪ ତାରିଖ ସକାଳୁ ମୋ ବାରୀରୁ ଶାଗ କିଏ ନେଇଛ ବୋଲି ପାଖ ପଡ଼ୋଶୀ କୁ ପଚାରି ବା ସହ ଅଭିଯୁକ୍ତ ପଡ଼ୋଶୀ ରିନା ସାମଲଙ୍କୁ ପଚାରିଵାରୁ ହୋଇଥିଲା ବଚସା ସହ ଧମକ। କିଛି ସମୟ ପରେ ଯମୁନା ପଣ୍ଡା କାଧୋଇ ଯିବା ସମୟରେ , ଅଭିଯୁକ୍ତ ରିନା ସାମଲ, ଝିଅ ଲକ୍ଷ୍ମୀ ସାମଲ, ପୁଅ ଅଚ୍ୟୁତ ସାମଲ, ଓ ସ୍ଵାମୀ ଅଜୁ ସାମଲ ଆକ୍ରମଣ କରିବା ସହ ପଥର ରେ ଯମୁନା ପଣ୍ଡା ଙ୍କୁ ତଳେ ପାକାଇ ମୁଣ୍ଡକୁ ଛେଚି ଥିଲେ। ସେଇ ସମୟରେ ଅଭିଯୁକ୍ତ ଅଜୁ ସାମଲ ଙ୍କ ପୋଷା କୁକୁର ଯମୁନା ଙ୍କ ପଛ ପଟୁ କାମୁଡି ଦେଇ ଥିଲା। ଖବର ପାଇ ଯମୁନା ଙ୍କ ସ୍ଵାମୀ ବଂଶୀଧର ପଣ୍ଡା ଆସି ସ୍ତ୍ରୀ କୁ ଉଦ୍ଧାର କରିବା ସମୟରେ ସ୍ଵାମୀ ବଂଶୀଧର ଙ୍କୁ ଵୀ ଅଭିଯୁକ୍ତ ଆକ୍ରମଣ କରିଥିଲେ। ହୋ ହଲା ର ଶଦ୍ଧ ଶୁଣି ଗ୍ରମର ଲୋକ ମାନେ ଆସିବାରୁ ଅଭିଯୁକ୍ତ ମାନେ ସେଠାରେ ପଲେଇ ଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ଯମୁନା ପଣ୍ଡା। ରକ୍ତାକ୍ତ ହୋଇ ଯମୁନା ପଣ୍ଡା କୁଜଙ୍ଗ ଥାନା ରେ ଅଭିଯୋଗ ଦେବା ମାତ୍ରେ ତାଙ୍କୁ ମେଡ଼ିକାଲ ରେ ଚିକିତ୍ସା ନ କରି ତାଙ୍କ ସ୍ଵାମୀ ବଂଶୀଧର ପଣ୍ଡା ଙ୍କୁ ଥାନାରେ ବହୁ ସମୟ ଅଟକ ରଖି ଥିଲେ si ଅନିଲ ସାହୁ। ରକ୍ତାକ୍ତ ମହିଳା ଙ୍କ ମୁଣ୍ଡ ପିଢା ହେବାରୁ ଥାନର si ଚିକିତ୍ସା ପାଇଁ କୁଜଙ୍ଗ ମେଡ଼ିକାଲ କୁ ପଠାଇଥିଲେ ବୋଲି କେମେରା ଆଗରେ କହିଛନ୍ତି ସ୍ଵାମୀ ବଂଶୀଧର ପଣ୍ଡା। ଏଠି ପ୍ରଶ୍ନ ଉଠେ ଜଣେ ମହିଳା ମାଡ଼ ଖାଇ ରକ୍ତାକ୍ତ ହୋଇ ପ୍ରଥମେ ଅଭିଯୋଗ ନେଇ ଥାନାକୁ ଆସିଥିଲା, ହେଲେ ଥାନା ର si ଅନିଲ ସାହୁ ରକ୍ତାକ୍ତ ମହିଳାଙ୍କୁ ଚିକିତ୍ସା ପାଇଁ ନ ପଠାଇ ତାଙ୍କ ସ୍ଵାମୀ ଙ୍କୁ ଥାନାରେ ଅଟକାଇ ଥାନାରେ ବହୁ ସମୟ ବସାଇବାକୁ ନେଈ ସର୍ବସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି ହେବା ସହ ସିସିଟିଭି ଫୁଟେଜ ତଦାରଖ କରାଗଲେ ଏହାର ସତ୍ୟା ସତ୍ୟ ଜଣାପଡ଼ିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଏ ବିଷୟରେ ଆମ ପ୍ରତିନିଧି si ଅନିଲ ସାହୁ ଙ୍କୁ ପଚାରିବାରୁ ସେମିତୀ କିଛି ହୋଇ ନାହିଁ ବୋଲି କହିଥିଲେ। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed