ଗୁଣପୁରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ..
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଡ଼ି ଭୋର ସମୟରୁ ଶ୍ରଦ୍ଧାଳୁ ମାନେ ବଂଶଧାରା ନଦୀ ଓ ସାନ ନଦୀ କୂଳରେ କଦଳୀ ଡଙ୍ଗା ଓ ସୋଲ ନିର୍ମିତ ଡଙ୍ଗା ଭସେଇ ଥିଲେ । ପରେ ବିଭିନ୍ନ ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କରିଥିଲେ । ବ୍ରତ କରୁଥିବା ବ୍ୟକ୍ତି ମାନେ ଆଜି ଉଦ୍ଯାପନ କରିଛନ୍ତି । ପୁରାତନ ପରମ୍ପରା ଓ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଆ କା ମା ବୈ ଗୀତ ମାଧ୍ୟମରେ ଶ୍ରଦ୍ଧାଳୁ ମାନେ ଡଙ୍ଗା ଭସାଇ ନଦୀ କୂଳରେ ବାଲୁକା ପୂଜା କରିଥିଲେ । ସେହିଭଳି ପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରେ ମହାପ୍ରଭୁଙ୍କ ବେଶ ଓ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ବେଦାନ୍ତ ଆଶ୍ରମ କରାବାଙ୍କ ଠାରେ ମାସେ ଧରି ଚାଲିଥିବା ହୋମ ଯଜ୍ଞ, ନାମ ସଂକୀର୍ତ୍ତନ ଇତ୍ୟାଦି ଆଜି ପୂର୍ଣ୍ଣାହୁତି ପରେ ସମ୍ପନ୍ନ ହୋଇଥିଲା ।