June 21, 2026

ସକାଳ ପାହିଲେ ଗୌରବ ଦିବସ ସମାରୋହ, ଆଭାସୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ…

IMG-20241114-WA0077
Share

 

 

ମୋହନା/ସମ୍ବଲପୁର( ଗଣେଶ ବିଷୋୟୀ/ରାଜାରାମ ଷଡ଼ଙ୍ଗୀ)ସକାଳ ପାହିଲେ ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ସମାରୋହ।୧୫.୧୧.୨୦୨୪ ଦିନ ଧରତି ଆଭା ବୀର ତଥା ଭଗବାନ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା ରେ ବିହାର ରାଜ୍ୟ ର ଜାମୁଇଁ ଠାରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ ସମ୍ବଲପୁର ସ୍ଥିତ କୁଚିଣ୍ଡା କଲେଜ ପଡିଆ ଏବଂ ଗଜପତି ଜିଲ୍ଲା ସ୍ତରୀୟ ଉତ୍ସବ ମୋହନା ହାଇସ୍କୁଲ୍ ଖେଳ ପଡିଆ ଠାରେ ଆସନ୍ତା କାଲି ବିରାଟ ଆଡମ୍ବର ସହ ଅନୁଷ୍ଠିତ ହେବ। ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀ ରବିନରାୟଣ ନାୟକ ଯୋଗ ଦେବା ସହ ଗଜପତି ଜିଲ୍ଲା ସ୍ତରୀୟ ଉତ୍ସବରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ପାରଳା ବିଧାୟକ, ମୋହନା ବିଧାୟକ,ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ସ୍ତରୀୟ ନେତା ଓ ଅଧିକାରୀ ଏହି ଉତ୍ସବରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିବେ। ଉକ୍ତ କାର୍ଯ୍ୟକ୍ରମ ରେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଜମି ପଟ୍ଟା ବଣ୍ଟନ,ମୁଖମନ୍ତ୍ରି ଜନଜାତି ଜୀବିକା ମିଶନ୍ ଅନ୍ତର୍ଭୁକ୍ତ ଯୁବ ଉଦ୍ୟୋଗୀ ମାନଙ୍କୁ ଚେକ୍ ପ୍ରଦାନ କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପରିବେଷଣ କାରାଯିବ। ସୂଚନାଯୋଗ୍ୟ କି ବିହାର ରାଜ୍ୟର ଜାମୁଇଁ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ର ଭବ୍ୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ ଘଟିକା ରେ ଲାଇଭ ଟେଲିକାଷ୍ଟ ହେବାକୁ ଯାଉଛି। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ସମସ୍ତ ମଞ୍ଚାସୀନ ଅତିଥିଙ୍କ ସମେତ ଉପସ୍ଥିତ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବିହାର ଠାରେ ଆୟୋଜିତ ହେଉଥିବା ଜନଜାତୀୟ ଗୌରବ ଦିବସ ପାଳନ ତଥା ଭବ୍ୟ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଯୋଗ ଦେବେ। ଗଜପତି ଜିଲ୍ଲାର ମୋହନା ଠାରେ ହେବାକୁ ଥିବବେଳେ ଉତ୍ସବକୁ ମୋହନା ବ୍ଲକ ଅଧିକାରୀ ମାନେ ଆଡମ୍ବର ସହ ପାଳନ କରିବା ନିମନ୍ତେ ସମସ୍ତ ଯୋଜନା କରିଥିବା ଦେଖିବାକୁ ମିଳିଛି।