June 21, 2026

ଉମରକୋଟ ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ……….

IMG-20241113-WA0048
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା

ଉମରକୋଟ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ସଦାଶିବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଗୋଷ୍ଠୀଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀ ର ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବି ଆର ସି ସି ପୁରୁଷୋତ୍ତମ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶୀଳା ଜୋରଦାର, ଦେବେନ୍ଦ୍ର ବାଘ୍, ପ୍ରଧାନ ଶିକ୍ଷକ ଅସୀମ କୁମାର ବିଶ୍ୱାସ, ଅନ୍ନପୂର୍ଣ୍ଣା ତ୍ରିପାଠୀ ପ୍ରମୁଖ ମଂଞ୍ଚାସିନ ହୋଇଥିବା ବେଳେ ଉଦଯାପନୀ ଉତ୍ସବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ଝରିଗାଁ ବିଧାୟକ ଙ୍କ ପ୍ରତିନିଧି ପ୍ରସନ୍ନ ମହାନ୍ତି, ବରେଣ୍ୟ ଅତିଥି ଭାବେ ଉମରକୋଟ ପଂଚାୟତ ସମିତି ଅଧ୍ୟକ୍ଷା ସୁଶୀଳା ମାଝୀ ଓ ଅନ୍ୟ ବରେଣ୍ୟ ଅତିଥି ଭାବେ ଉମରକୋଟ ପୌର ପରିଷଦର ଅଧ୍ୟକ୍ଷ ରାଧା ଭତ୍ରା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଜିଲ୍ଲା ଶିକ୍ଷା ନିରୀକ୍ଷକ ଉମେଶ ଚନ୍ଦ୍ର ଭୁକ୍ତା, ପ୍ରଧାନ ଶିକ୍ଷକ ଅନ୍ନପୂର୍ଣ୍ଣା ତ୍ରିପାଠୀ ପ୍ରମୁଖ ମଂଞ୍ଚାସିନ ହୋଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ସଭାପତିତ୍ବ କରିଥିଲେ। ଏଥିରେ ସାତ ଗୋଟି ପ୍ରକଳ୍ପ ଜିଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ। ଓଡିଶା ଆଦର୍ଶ ବିଦ୍ୟାଳୟ ର ଶାଶ୍ୱତ ପଟ୍ଟନାୟକ, ଜନବୀ ପାତ୍ର, ବଡ଼କୁମାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଜାହ୍ନବୀ ହାଲଦାର, ନୋଡାଲ ଉଚ୍ଚ ବିଦ୍ୟାଳୟ ର ବନ୍ଦିତା ପାଇକରାୟ, ସ୍ୱର୍ଣ୍ଣପୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଡିମ୍ପି ବିଶ୍ୱାସ , ବଡ଼ବାସନି ଉଚ୍ଚ ବିଦ୍ୟାଳୟ ର ଲକ୍ଷ୍ମୀ ଭତ୍ରା, ବାଳିକା ଉଚ୍ଚ ବିଦ୍ୟାଳୟ ର ପାୟଲ ପ୍ରଧାନ ଙ୍କ ପ୍ରକଳ୍ପ ଗୁଡ଼ିକ ଜିଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରିବେ। ଶିକ୍ଷକ ଗଣେଶ ପ୍ରସାଦ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ପୁରସ୍କାର ବିତରଣି ଉତ୍ସବ ପାଳନ କରିଥିଲେ ପ୍ରଧାନଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ ।