June 21, 2026

ଆଇନଜୀବୀଙ୍କୁ ଏସିଡ ମାଡ଼ କରି ଫେରାର ଥିବା ଦୁର୍ବୃତ୍ତଙ୍କୁ ଗିରଫ ଦାବୀ କରି ଧାରଣାରେ ବସିଥିବା ଆଇନଜୀବୀ ଙ୍କୁ ସାକ୍ଷାତ କଲେ ପାରଳାଖେମୁଣ୍ଡି ବିଧାୟକ 

IMG-20241113-WA0018
Share

ପାରଳାଖେମୁଣ୍ଡି:୧୩/୧୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଙ୍ଗମ୍ ସାହି ସ୍ଥିତ ନିଜ ଘରେ ଥିବା ବେଳେ ୯ତାରିଖ ଦିନ ଅପରାହ୍ନ ସମୟରେ ଦୁଇ ଜଣ ଅଜଣା ଦୃର୍ବୁତ୍ତ ୯ ତାଙ୍କ ଘର ପାଖରେ ପହଞ୍ଚି ଜିଲ୍ଲା ଜଜ୍ କୋର୍ଟରେ କାର୍ଯ୍ୟରତ ଆଇନଜୀବୀ ପାତୀ ରାମା ରାଓ ନିଜ ଘରେ ଥିବା ବେଳେ ତାଙ୍କୁ ଡାକି ଥିଲେ ଘରର କବାଟ ଖୋଲିଲା କ୍ଷଣି ତାଙ୍କ ମୁହଁକୁ ଏସିଡ ମାଡ଼ କରି କେଉଁ ଆଡେ ଦୀର୍ଘ ୫ ଦିନ ହେଲା ଫେରାର ହୋଇ ଯାଇଥିଲେ ମଧ୍ୟ ପାରଳାଖେମୁଣ୍ଡି ପୋଲିସ ଦୃର୍ବୁତ୍ତ ଦୁଇଜଣଙ୍କୁ ଗିରଫ କରିପାରି ନାହିଁ ଏସିଡ ମାଡ କରି ଥିବା ଦୃର୍ବୁତ୍ତ ତୁରନ୍ତ ଗିରଫ କରିବା ଦାବୀ କରି ଜିଲ୍ଲା କୋର୍ଟ ସମ୍ମୁଖ ରେ ଧାରଣା ରେ ବସିଛିନ୍ତି ଜିଲ୍ଲା ର ଆଇନଜୀବୀ ମାନେ, ଏହି ପରିପକ୍ଷେ ଆଜି ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଧାରଣା ସ୍ଥଳେରେ ପହଞ୍ଚି ଆଇନଜୀବୀ ମାନଙ୍କୁ ଆଶ୍ୱସନା ଦେବା ସହ ପ୍ରଶାସନ କୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ