June 21, 2026

ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦଯାପିତ 

IMG-20241112-WA0038
Share

 

ବୁଗୁଡା : ତା ୧୨/୧୧/୨୪ : ବୁଗୁଡା ବ୍ଳକ ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମ ନିକଟସ୍ଥ କଦମ୍ବମଠ ପରିସରରେ ଗତ ୪ ତାରିଖ ଦିନ ଠାରୁ ଆରମ୍ଭ ହୋଇଥିବା ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ ୧୦ ତାରିଖ ଦିନ ଉଦଯାପିତ ହୋଇଯାଇଛି । ଏକ ସପ୍ତାହ ବ୍ଯାପି ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଦୈନିକ ଆରତି , ଭଜନ, ପୂଜାର୍ଚ୍ଚନା , ଭାଗବତ ପାରାୟଣ ସାଙ୍ଗକୁ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାପ୍ତାହିକ କାର୍ଯ୍ୟକ୍ରମ ଅବସରରେ ପ୍ରତ୍ଯହ ସକାଳେ ଗହଙ୍କୁ ମଠାଧୀଶ ଶ୍ରୀ ରାଘବାନନ୍ଦ ଦାସଜୀ ମହାରାଜଙ୍କ ଦ୍ଵାରା ଶ୍ରୀମଦ୍ ଭାଗବତ ପାରାୟଣ ସାଙ୍ଗକୁ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେଉଥିଲା। ଏହି ମହାଯଜ୍ଞରେ ପ୍ରବଚକ ଶ୍ରୀ ଦଧିବାମନ ଦାସଜୀ ମହାରାଜ ପ୍ରଥମ ତିନି ଦିନ ପ୍ରବଚନ ପ୍ରଦାନ କରିଥିଲା ବେଳେ କଥା ପ୍ରବଚକ ପଣ୍ଡିତ ମହନ୍ତ ଶ୍ରୀ ରାଧାକାନ୍ତ ଦାସଜୀ ମହାରାଜ ଶେଷ ୪ ଦିନ ପ୍ରବଚନ ପ୍ରଦାନ କରିଥିଲେ । ଏଥି ସହ ସାଧୁସନ୍ଥଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋମଯଜ୍ଞରେ ଧରଣୀଧର ପଣ୍ଡା କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ । ପ୍ରତିଦିନ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞରେ ବହୁ ସଂଖ୍ୟକ ଭାଗବତ ପ୍ରେମୀଙ୍କ ସମାବେଶ ହେଉଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ବି.ବ୍ରହ୍ମପୁର ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା ।