June 21, 2026

ଅନଙ୍ଗ ନରେନ୍ଦ୍ର ସାହିତ୍ୟ ସଂସଦ ପକ୍ଷରୁ ବରପୁତ୍ର କାଳିଚରଣଙ୍କ ୮୨ତମ ଜନ୍ମୋତ୍ସଵ ଓ ପ୍ରତିଭା ସମ୍ବର୍ଦ୍ଧନା..

IMG-20241110-WA0054
Share

 

 

ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼

ବ୍ଲକ ବାଙ୍କୋଇସ୍ଥିତ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ସଭାଗୃହ ଠାରେ ରବିବାର ଅନଙ୍ଗ ନରେନ୍ଦ୍ର ସାହିତ୍ୟ ସଂସଦ

ପକ୍ଷରୁ ବରପୁତ୍ର କାଳିଚରଣ ଜୟସିଂହଙ୍କ ୮୨ତମ ଜନ୍ମୋତ୍ସବ କବିତା ପାଠ,ପ୍ରତିଭା

ସମ୍ବର୍ଦ୍ଧନା ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଜନ୍ମୋତ୍ସବ ସଭାରେ ଐତିହାସିକ

ସତ୍ୟବାଦୀ ବଳିଆରସିଂହ ସଭାରେ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡ ରାଜ୍ୟ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ନ୍ୟାୟମୂର୍ତ୍ତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଯୋଗଦେଇ ଗୌତମ ବୁଦ୍ଧ(ସିଦ୍ଧାର୍ଥ)ଙ୍କ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ

ସତ୍ୟ,ନିଷ୍ଠା,କର୍ତବ୍ୟପରାୟଣ ଓ ଅହଂକାର ଶୁନ୍ୟ ହୋଇପାରିଲେ ଅସମ୍ଭବକୁ ସମ୍ଭବ କରିବାରେ କୌଣସି ଶକ୍ତି ପଥରୋଧ କରି ପାରିବ ନାହିଁ।ଜନ୍ମୋତ୍ସଵରେ ମୁଖ୍ୟ ଅତିଥି ଶ୍ରୀ ଷଡଙ୍ଗୀ ପାଞ୍ଚଗଡ଼ ରତ୍ନ ଭାବେ କାଳିଚରଣଙ୍କୁ ଅଭିହିତ କରିଥିଲେ।ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଜିଲ୍ଲାପାଳ ଡ଼ଃ ନିରଞ୍ଜନ ସାହୁ ଯୋଗଦେଇ ଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ପ୍ରଫେସର ଡ଼ଃ ପ୍ରେମାନନ୍ଦ ମହାପାତ୍ର,

ଡ଼ଃ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ,ଡ଼ଃ ରବୀନ୍ଦ୍ର କୁମାର ବିହାରୀ,କୁମୁଦିନୀ ଜୟସିଂହ ଓ ମନୋରଂଜନ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରାରରମ୍ଭରେ ଅନୁଷ୍ଠାନର

ଛାତ୍ରୀଙ୍କ ଦ୍ଵାରା ଗୁରୁ ବନ୍ଦନା କରାଯାଇ ପରେ

“ବନ୍ଦେ ଉତ୍କଳ ଜନନୀ”ଗାନ କରାଯାଇଥିଲା। ଦିବଂଗତ କବି ଓ ସାହିତ୍ୟିକଙ୍କ ନିମନ୍ତେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ଅଧ୍ୟାପକ ରଙ୍ଗନିଧି ବଳିଆରସିଂହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ପରେ ବିଶିଷ୍ଠ ବ୍ୟକ୍ତି ମାନଙ୍କ ପକ୍ଷରୁ ଶ୍ରୀ ଜୟସିଂହ ସମ୍ବର୍ଦ୍ଧିତ କରିଥିଲେ।ସ୍ଥାନୀୟ କଳାକାରଙ୍କ ଦ୍ଵାରା ଅନଙ୍ଗ ଭଣତି ଶ୍ରୀରାମ କଥାମୃତ ଗାନ କରାଯାଇଥିଲା।ଅତିଥିମାନେ

ସାହିତ୍ୟ ସଂସଦର ବାର୍ଷିକ ସାହିତ୍ୟ ପତ୍ରିକା ଅନଙ୍ଗାୟନ ଓ ଗଣକବି ଅନଙ୍ଗ ନରେନ୍ଦ୍ର ୨ ଗୋଟି ପୁସ୍ତକ ଉନ୍ମୋଚନ କରିଥିଲେ।ପରେ

ଅନୁଷ୍ଠାନ ପକ୍ଷରୁ ଅତିଥି ପ୍ରତିଭା ପ୍ରମୁଖ ମାନେ ସମ୍ବର୍ଦ୍ଧିତ ହୋଇଥିଲେ।ପରିଶେଷରେ କୋଷାଧକ୍ଷ ପଦ୍ମନାଭ ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।