June 21, 2026

ଚେଳିତୋଳ ବାଲିଯାତ୍ରା ପାଇଁ ଭୂମିପୂଜା ଅନୁଷ୍ଠିତ

IMG-20241107-WA0059
Share

 

ଚଳିତବର୍ଷ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଐତିହାସିକ ଚେଳିତୋଳ ବାଲିଯାତ୍ରା ମହୋତ୍ସବ ୨୦୨୪ ର ଭୂମି ପୂଜନ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି।ଚଳିତ ବର୍ଷ ଏହି ବାଲିଯାତ୍ରା ୨୩ବର୍ଷରେ ପଦାର୍ପଣ କରୁଛି, ଏହି ଅଞ୍ଚଳର ସମସ୍ତ ବର୍ଗର ଲୋକମାନଙ୍କ ସହୋଯୋଗରେ ଏହି ଚେଳିତୋଳ ବାଲିଯାତ୍ରା ବହୁ ଆଡମ୍ବର ସହିତ ହୋଇଥାଏ I ଐତିହ୍ୟ ନୌ ବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ବା ମନେରଖିବା ଆଜକୁ ୨୩ବର୍ଷ ତଳେ ଏହି ଚେଳିତୋଳ ବାଲିଯାତ୍ରା ମୂଳଦୁଆ ପଡିଥିଲା ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଆସନ୍ତା ନଭେମ୍ବର ମାସ ୧୫ ତାରିଖ ପ୍ରବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ, ଚେଳିତୋଳ ବାଲିଯାତ୍ରାରେ ଚଳିତ ବର୍ଷ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅପେରା ପାର୍ଟି,ରାମଦୋଳି,ଖାଇବା ଷ୍ଟଲ,ମିନା ବଜାର,ଓରମାସ ଷ୍ଟଲ ସହିତ ଦୁଇଶହ ରୁ ଉର୍ଦ୍ଧ ଷ୍ଟଲ ପଡିଥାଏ ପ୍ରତ୍ୟେକ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ତିର୍ତ୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇ କହିଛନ୍ତି।

(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)