June 21, 2026

ଉମରକୋଟ ରେ ସାଇବର କ୍ରାଇମ ଠକେଇ ର ଶିକାର ହେଲେ ଯୁବକ…….

IMG-20241107-WA0014
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସାଇବର କ୍ରାଇମ ର ଠକ ମାନେ ଦିନକୁ ଦିନ ଲୁଟ କରିବାର ନୂଆ ନୂଆ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି । ଏହି ଭଳି ଏକ ସାଇବର କ୍ରାଇମ ଠକେଇର ଶିକାର ହୋଇଛନ୍ତି ଉମରକୋଟ ଅଞ୍ଚଳର ଜଣେ ଯୁବକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦର ରେ। ସାଇବର କ୍ରାଇମ ଠକେଇର ଶିକାର ହୋଇଥିବା ଯୁବକ ଜଣକ ହେଲେ ୫ନଂ ୱାର୍ଡ ରେ ଥିବା ଏକ ଚାଉଳ ମିଲ ର ମାଲିକ ଇ ଚନ୍ଦ୍ରଶେଖର (୩୬)। ମିଳିଥିବା ସୂଚନା ଅନୁସାରେ ଗତକାଲି ଅପରାହ୍ନ ୩ଟା ସମୟରେ ଚନ୍ଦ୍ରଶେଖରଙ୍କ ମୋବାଇଲ ରେ ୯୯୩୮୫୬୮୬୩୬ୱାଟସ ଆପ ନମ୍ବରକୁ ଗୋଟିଏ ଆପ ଆସିଥିଲା।ଏହା ପରେ ବାରମ୍ବାର କେତୋଟି ଓଟିପି ମେସେଜ ଆସିଥିଲା। ମେସେଜ ଆସିବାର କିଛି ସମୟ ପରେ ଚନ୍ଦ୍ରଶେଖର ଙ୍କ ୱାଟସ ଆପ ହେକ ହୋଇଗଲା।ଏହା ପରେ ଚନ୍ଦ୍ରଶେଖର ଙ୍କ ବ୍ୟାଙ୍କ ଆପ ବୋରୋଦା କ୍ରେଡିଟ କାର୍ଡ ରୁ ପ୍ରଥମ ଥର ୫୧୧୮୦/-ଟଙ୍କା ଓ ଦ୍ବିତୀୟ ଥର ୪୮୧୦୯/-ଟଙ୍କା କଟି ଯାଇଥିଲା। ଏହି ପରି ଦୁଇ ଥର ଚନ୍ଦ୍ରଶେଖର ଙ୍କ ଆକାଉଣ୍ଟ ରୁ ମୋଟ ୯୯୨୮୯/-ଟଙ୍କା କଟି ଯାଇଥିଲା। ଚନ୍ଦ୍ରଶେଖର ଙ୍କ ଏହି ଟଙ୍କାକୁ କେହି ଜଣେ ଅଜଣା ବ୍ୟକ୍ତି ଆମାଜନ ସପିଙ୍ଗ କରିଥିବା ଜାଣିବାକୁ ପାଇଥିଲେ। ଏନେଇ ଚନ୍ଦ୍ରଶେଖର ଗତକାଲି ରାତିରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ତପନ କୁମାର ପତି ସୂଚନା ଦେଇଛନ୍ତି।