June 21, 2026

କେନାଲ ପାଣି ନଆସିବାରୁ ମରୁଡି ପରିସ୍ଥିତି ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ତିନି ଖଣ୍ଡ ପଂଚାୟତ ର ଚାଷୀ 

IMG-20241107-WA0001
Share

 

 

ଛତ୍ରପୁର -୬/୧୧/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମଖଣ୍ଡି, ଭିକାରିପାଲି ଓ ଲକ୍ଷ୍ମୀପୁର ପଂଚାୟତ ର ଚାଷୀ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବର୍ଷା ର ଅଭାବ ଯୋଗୁଁ ଫସଲ ଜମି ଗୁଡିକରେ ପାଣି ନଥିବା ଯୋଗୁଁ ଚାଷୀ ମାନେ ନହିନଥିବା ହଇରାଣ ହେଉଛନ୍ତି ଏବଂ ଧାନ ଫସଲ ସମ୍ପୂର୍ଣ ରୂପେ ନଷ୍ଟ ହେବାକୁ ବସିଲାଣି ୧୫ଓ ୧୬ନମ୍ବର କେନାଲ ରେ ଜଳ ସେଚନ ପାଇଁ ଯେଉଁ ପାଣି ଆସିବା କଥା ପାଣି ନ ଆସିବା ଯୋଗୁଁ ଚାଷୀ ମାନଙ୍କ ମୁଣ୍ଡ ବ୍ୟଥା ର କାରଣ ହେଉଛି ଫଳରେ ଚାଷୀ କିଭଳି ଜଳ ସେଚନ କରିବ ଚିନ୍ତା ରେ ଚାଷୀ ଅଛନ୍ତି ତେଣୁ ତୁରନ୍ତ ୧୫ଓ ୧୬ନମ୍ବର କେନାଲ ରେ ପାଣି ଛାଡିବା ପାଇଁ ଜିଲ୍ଲାପାଳ ଙ୍କୁ ଦାବି ଜଣାଇଛନ୍ତି ଏବଂ ସମ୍ପୂର୍ଣ ପଂଚାୟତ ଗୁଡିକ ବର୍ଷା ଅଭାବ ରୁ ଫସଲ ନଷ୍ଟ ହୋଇଥିବ ଯୋଗୁଁ ମରୁଡି ଘୋଷଣା ପାଇଁ ଜିଲ୍ଲାପାଳ ଙ୍କୁ ଦାବି କରିଛନ୍ତି ଯଦି ସରକାର ଓ ଜିଲ୍ଲା ପ୍ରଶାସନ ଚାଷୀ ମାନଙ୍କ କଥା କୁ ଗୁରୁତ୍ୱ ନଦିଅନ୍ତି ତାହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପାଇଁ ଚାଷୀ ନେତା ମାଗୁଣି ବିଷୋୟୀ, ମଥୁରା ସୁବୁଦ୍ଧି, ନୀଳକଣ୍ଠ ଦାସ ପ୍ରମୁଖ ଦାବି ଜଣାଇଛନ୍ତି