ଆଜିର ଖବର
*ଖବର ଆଜିର*
ତାରିଖ ୨୨/୦୩/୨୦୨୩ ବୁଧବାର ।
୧-ରବି ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜିକରଣ ଅବଧି ବଢିଲା । ପୂର୍ବରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଅବଧି ରହିଥିବା ବେଳେ ଏଥିରେ ଆଉ ୭ ଦିନି ବୃଦ୍ଧି କରାଯାଇଛି । ଅର୍ଥାତ ୨୭ ତାରିଖ ଯାଏଁ ଅବଧି ବୃଦ୍ଧି କରାଯାଇଛି ।
୨-ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରରେ ଟ୍ରୁ-୫ଜିର ଶୁଭାରମ୍ଭ, ରାଜ୍ୟର ୧୯ଟି ସହରରେ ପହଂଚିଲା ଟ୍ରୁ-୫ଜିର ଲାଭ .।
୩-ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟଣାର କେନ୍ଦ୍ରରେ ଥିବା ବାନ୍ଧବୀଙ୍କ ପାଇଁ ବଢ଼ୁଆ ବଢିବାରେ ଲାଗିଛି । ଅକ୍ଷୟଙ୍କ କଥିତ ପ୍ରେମିକା ବା’ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି ପୁଲିସ୍ । ୧୬୧ରେ ବୟାନ୍ ରେକର୍ଡ ବେଳେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ପୁଲିସ୍ ।
୪-ଅବଲୁପ୍ତ ହେବାକୁ ବସିଥିବା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି: ମନ୍ତ୍ରୀ ।
୫-ଦିଲ୍ଲୀରେ ୨୪ ଘଂଟିଆ ଧାରଣା ଦେବା ନେଇ ଘୋଷଣା କରିବା ପରେ ଓଡ଼ିଶାରେ ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତିନି ଦିନିଆ ଗସ୍ତରେ ଆସି ପୁରୀରେ ପହଂଚିଛନ୍ତି ମମତା ବାନାର୍ଜୀ ।
୬-ରାଜ୍ୟ ସରକାରଙ୍କ ୪୩ଟି ବିଭାଗରେ ମୋଟ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡ଼ିଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି।
୭-ବିହାରର ଜମୁଇ ଅଞ୍ଚଳରେ ସିରିଏଲ କିସରଙ୍କ ଆତଙ୍କକୁ ନେଇ ଅନେକ ଚର୍ଚ୍ଚା ହେବା ପରେ ଏହି କିସରଙ୍କୁ ପୁଲିସ ଧରିଛି | ତେବେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁଲିସ ଅନେକ ସଂଗୀନ ତଥ୍ୟ ହାସଲ କରିଛି |
୮-ମୋ ପତ୍ନୀ ଅସୁସ୍ଥ, ପୁଅ ବିଦେଶରେ; ଏଭଳି ଲେଖି ଜାମିନ ମାଗିଲେ ସିସୋଦିଆ, ବିରୋଧ କଲା ସିବିଆଇ ।
୯-ଆଜି ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ। ସିରିଜ ଜିତିବା ପାଇଁ ଲଢିବେ ଦୁଇ ଦଳ।
୧୦-ଓଡ଼ିଶାକୁ ଯିଏ ବି ଆସୁଛନ୍ତି, ତାଙ୍କର ପ୍ରଥମ ମନ୍ତବ୍ୟ କେତେ ସୁନ୍ଦର ଓ ଶାନ୍ତିପ୍ରିୟ ରାଜ୍ୟ: ମୁଖ୍ୟମନ୍ତ୍ରୀ ।
୧୧-ଲଣ୍ଡନରେ ଭାରତୀୟଙ୍କ ଶକ୍ତି ପ୍ରଦର୍ଶନ, ଖଲିସ୍ତାନୀ ସମର୍ଥକଙ୍କୁ ଦେଲେ ଦୃଢ ଜବାବ।
୧୨-ଶରଦ ପାଓ୍ଵାରଙ୍କୁ ଲାଗିପାରେ ଝଟ୍କା! ଏନସିପିକୁ ‘ଜାତୀୟ ଦଳ’ ମାନ୍ୟତାର ସମୀକ୍ଷା କରିବେ ନିର୍ବାଚନ କମିଶନ ।
୧୩-ସେୟାର ବଜାରକୁ ପୁଣି ଫେରିଲା ଚମକ, ସେନସେକ୍ସରେ ୪୪୫ ଅଙ୍କ ବୃଦ୍ଧି, ୧.୫ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସମ୍ପତ୍ତି ।
୧୪-ଦୁନିଆର ସବୁଠୁ ଗୁରୁତ୍ବପୂର୍ଣ୍ଣ ରାଜନୀତିକ ଦଳ ହେଉଛି ଭାଜପା, ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ର ଆର୍ଟିକିଲ୍କୁ ନେଇ ଚର୍ଚ୍ଚା ।
୧୫-ଆଇପିଏଲ-୨୦୨୩ରେ ଶୁଣିବାକୁ ମିଳିବ ଇଂଲିଶ-ହିନ୍ଦୀ-ତେଲୁଗୁ-କନ୍ନଡ଼ ଭାଷାରେ କମେଣ୍ଟ୍ରି ।
୧୬-କ୍ରେଡିଟ୍ ସ୍ୱିସ୍କୁ UBS ଅଧିଗ୍ରହଣ ପରେ ୧୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ବଣ୍ଡ ହୋଇଗଲା ବେକାର ।
୧୭-କେନ୍ଦ୍ର ସହ ବିବାଦ ମଧ୍ୟରେ ଦିଲ୍ଲୀ ବଜେଟ୍କୁ ସ୍ଵୀକୃତି ଦେଲେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ।
୧୮-ଗିରଫ ହେଲେ କନ୍ନଡ଼ ଅଭିନେତା Chetan Kumar, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍ ।
୧୯-୨୦୨୨ରେ ୧୩୦୧ ନରହତ୍ୟା ମାମଲାରୁ ୬୪୦ଟି ପୁଲିସ ଚାର୍ଜସିଟ ଦାଖଲ କରିଛି: ବରିଷ୍ଠ ପୁଲିସ ଅଧିକାରୀ ।
୨୦-ହାତୀଙ୍କ ଉପଦ୍ରବରେ ଗତ ୫ ବର୍ଷରେ ଯାଇଛି ୬୬୯ ଜୀବନ । ବନ୍ୟପ୍ରାଣୀ ଜନିତ କ୍ଷୟକ୍ଷତି ପାଇଁ ମିଳିଛି ୧୦୦ କୋଟିରୁ ଅଧିକ ଟଙ୍କାର ଅନୁକମ୍ପା ରାଶି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ।
୨୧-କେ.କବିତାଙ୍କୁ ଇଡିର ତୃତୀୟ ପର୍ଯ୍ୟାୟ ଜେରା: ସବୁ ମୋବାଇଲ ଫୋନ୍ ହସ୍ତାନ୍ତର କଲେ ।
୨୨-ବିଏମସି ବୈଠକ: ରାଜଧାନୀରେ ପୋଷା କୁକୁରଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ, ନିର୍ଦ୍ଦେଶାବଳୀ ମାନିବେ ମାଲିକ ।
୨୩-ଭୂକମ୍ପରେ ଥରିଲା ଉତ୍ତର ଭାରତ, ରିକ୍ଟର ସ୍କେଲରେ ତୀବ୍ରତା ୬.୬, ଲୋକେ ଆତଙ୍କିତ ।
୨୪-ଅତୀକ୍ ଅହମ୍ମଦର ଅଫିସରୁ ମିଳିଲା ୧୧ଟି ପିସ୍ତଲ, ଜୀବନ୍ତ ଗୁଳି ଓ ନଗଦ ଟଙ୍କା ।
ସୁପ୍ରଭାତ ,ଶୁଭ ସକାଳ ।