June 21, 2026

ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୯ତମ ବାର୍ଷିକ ଉତ୍ସବ   ଶହେ ଜଣ ବହୁମୁଖି ପ୍ରତିଭା ସମ୍ମାନିତ

IMG-20241105-WA0016
Share

 

ସମ୍ବଲପୁର:- ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ମଙ୍ଗଳବାର ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ମୁଖ୍ୟ ବକ୍ତା ସମାଜ ସେବୀ ପ୍ରିତମ ସିଂ, ସମ୍ମାନିତ ଅତିଥି ଶ୍ରୀମତୀ ଅଞ୍ଜନା ଦାଶ,ବରଗଡ଼ ପୌରଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ଇଥାନେଲ ପ୍ଲାଣ୍ଟ ର ଏଜିଏମ୍ ରଶ୍ମି ରଂଜନ ରାଉତ୍,ଶିକ୍ଷକ ଭରତ ସରାଫ, ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୯ ବର୍ଷର ସଫଳତା ଓ ସାମାଜିକ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଅନୁଷ୍ଠାନ ର ପ୍ରତିଷ୍ଠାତା ମୁକୁନ୍ଦ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ମନୀଷ ଶର୍ମା ବିବରଣୀ ପାଠ କରିଥିଲେ। ଏହାକୁ ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ ଓ ଅଙ୍କିତ କୁମାର ଷଡ଼ଙ୍ଗୀ ସଂଯୋଜନା କରିଥିଲେ ।ଏହି ପରିପ୍ରେକ୍ଷିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ ଜଣ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାଧାରୀ ମାନଙ୍କୁ ମାନ ପାତ୍ର ଓ ଉପଢୌକାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ସହିତ ଆଜୀବନ ସଦସ୍ୟ ଭାବରେ ୧୦ ଜଣ ସଂସ୍ଥାର ସଦସ୍ୟତା ଗ୍ରହଣ କରିଥିଲେ l ଏହାପରେ କୁନି କୁନି ପିଲା ମାନଙ୍କ ତରଫରୁ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ସହିତ ରାଜେଶ ବାରିକ ଓ ଗ୍ରୁପ ତରଫରୁ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମରେ ପରେଶ୍ କୁମାର ମେହେର,ବୃନ୍ଦାବନ ବେହେରା,ଶିବାନନ୍ଦ ମଟାରୀ,ରାଜକୁମାର ବନଛୋର , ବରୁଣ ଚକ୍ରବର୍ତ୍ତୀ,ସୁଜିତ୍ ଦାଶ,ଡଃ ଅଜିତ ବାରିକ,ଶ୍ୟାମ ମେହେର,ମାନସ ରଂଜନ ସାହୁ, ଚନ୍ଦ୍ରକାନ୍ତ ସାହୁ,ପାୟଲ ପାତ୍ର, ବାସମତି ବନଛୋର, ବର୍ଷା ରାଣୀ ସରାଫ,ତପସ୍ଵିନୀ ସାହୁ,କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।