November 15, 2024

ଉମରକୋଟ ଅନ୍ତର୍ଗତ କେଶରିବେଡା ପ୍ରଥମିକ ବିଦ୍ୟାଳୟରେ “ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା”…..

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ବିଦ୍ୟା ଦାନ ମହା ପୂର୍ଣ୍ୟ,ଶିକ୍ଷକତା ଏକ ବୃତ୍ତି ନୁହେଁ ବରଂ ଜୀବନର ଏକ ବ୍ରତ ବୋଲି ଉମରକୋଟ ଶିକ୍ଷା ମଣ୍ଡଳ ଅନ୍ତର୍ଗତ କେଶରୀବେଡା ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଆୟୋଜିତ ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ ସ୍ବାଗତ ସମ୍ବର୍ଧନା ଉତ୍ସବରେ ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି। ଶନିବାର କେଶରୀବେଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର ରେ ସି ଆର ସି ସି ମୋତିରାମ ଗଣ୍ଡଙ୍କ ସଭାପତିତ୍ବ ରେ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ବାମନଦେଇ ଭଟା ର ସି ଆର ସି ସି ସନ୍ତୋଷ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ତାରାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନୋଜ ମଣ୍ଡଳ ଯୋଗ ଦେଇଥିଲେ ।ଏହି ଅବସରରେ ଏହି କ୍ଲଷ୍ଟର ରେ ନବ ନିଯୁକ୍ତ ୧୦ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ ଲେଙ୍ଗଡାଗୁଡ଼ା ର ବିଦାୟୀ ପ୍ରଧାନ ଶିକ୍ଷକ ରାମ କୁମାର ମାଝି ଓ ନୂତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ସରକାର ଙ୍କୁ ମଧ୍ୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଘେନୁ ଶାନ୍ତା,ବିଶ୍ୱଦେବ ନାୟକ ,ପଞ୍ଚୁରାମ ଗଣ୍ଡ ,ଧନୀରାମ ଭତ୍ରା,ଚତୁର ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟ କ୍ରମ ପରିଚାଳନା ରେ ପ୍ରଧାନ ଶିକ୍ଷୟତ୍ରୀ ଚଞ୍ଚଳା ବିଶ୍ୱାସ ,କୌଶଲ୍ୟା ଗଣ୍ଡ , ବିଶାରଦ ବିଶ୍ଵାଳ ,ସୁନୀଲ ବିଶ୍ଵାଳ, ରାମଚନ୍ଦ୍ର ସାମଲ ପ୍ରମୁଖ ସହଯୋଗ କରିଥିଲେ।ନବ ନିଯୁକ୍ତ ଶିକ୍ଷକଙ୍କ ପକ୍ଷରୁ ଶିକ୍ଷକ ବିକ୍ରମ ସେଠୀ ଓ ଶିକ୍ଷୟତ୍ରୀ ସୁରେଖା ପ୍ରିୟଦର୍ଶିନୀ ମହାନ୍ତି ନୂତନ କାର୍ଯ୍ୟରେ ଯୋଗ ଦେବାର ଅନୁଭୂତି ପ୍ରକାଶ କରିବା ସହ ଏଥି ନିମନ୍ତେ ସି ଆର ସି ସି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସହକାରୀ ଶିକ୍ଷକ ସତ୍ୟ ଶେଖର ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।