June 21, 2026

ଆଲୁମିନି ମିଟ୍ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆଲୋଚନା

IMG-20241103-WA0293
Share

 

 

 

ଛତ୍ରପୁର -୦୩/୧୧/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ପୁରାତନ ଛାତ୍ର ମାନଙ୍କୁ ନେଇ ଆଲୁମିନ୍ ମିଟ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶିଳ୍ପଦ୍ୟୋଗୀ ଡ଼ ରାଜେନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଙ୍ଘର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ , ଅଧ୍ୟାପକ ଅମର ପ୍ରସାଦ ବିଷୋୟୀ , ବରିଷ୍ଠ ଆଇନଜୀବି ଆଦିତ୍ୱ ନାରାୟଣ ମିଶ୍ର ,ସମାଜସେବୀ ଅରୁଣ ଶତପଥୀ , ଚିତ୍ତରଞ୍ଜନ ବେହେରା , କମଳ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେବା ସହିତ ଗତ ପୁରାତନ ଛାତ୍ରଙ୍କୁ ନେଇ ହୋଇଥିବା ଆଲୁମିନ୍ ମିଟ୍ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମହାବିଦ୍ୟାଳୟ ପକ୍ଷରୁ କିପରି ଗୁରୁତ୍ୱ ସହିତ ବିଚାରକୁ ନିଆଯାଇ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଠାରୁ ଆରମ୍ଭ କରି ଅତିଥି ଅଧ୍ୟାପକ ନିଯୁକ୍ତି , ମହାବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ଉପସ୍ଥାନକୁ ଗୁରୁତ୍ୱ ,ଅଧିକା ଅନୁପସ୍ଥିତ ରହୁଥିବା ବିଦ୍ୟାର୍ଥୀଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା , ମହାବିଦ୍ୟାଳୟର ଛାତ୍ରାବାସ ଏବଂ ଖେଳପଡିଆ ପାଇଁ ନୂତନ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଠାରୁ ମହାବିଦ୍ୟାଳୟରେ କିପରି ଅଧିକରୁ ଅଧିକ କର୍ମଶାଳା କରାଯାଇଛି ତାହାରି ଉପରେ ଆଲୋକପାତ କରିଥିଲେ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠା ହେବାର ଇତି ମଧ୍ୟରେ ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇପାରିନଥିବାରୁ ଏହାକୁ ଆଗାମୀ ଦିନରେ ପାଳନ କରାଯିବା ନେଇ ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ଆଲୋଚନା କରାଯାଇଥିଲା । ଏହି ଆଲୁମିନ୍ ମିଟ୍ ରେ ଅଧ୍ୟାପକ ଡ.ସମୀର ମିଶ୍ର , ଚିହ୍ନୟ ଦାଶ,ଏନ୍.ଦୁର୍ଯ୍ୟଧନ ରେଡି , ଇଜୁ ଅମିନ୍ ଖାନ୍ ଙ୍କ ସମେତ ବହୁ ପୁରାତନ ଛାତ୍ର ମାନେ ଆଲୋଚନା କରିଥିଲେ । ଏଥିରେ ସହରର ବହୁ ବୁଦ୍ଧିଜୀବି , ଆଇନଜୀବି , ଶିକ୍ଷାବିତ , ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହିଥିଲେ ।