June 21, 2026

ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟରେ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ

IMG-20241102-WA0047
Share

ମୋହନା, ୨/୧୧(ସନ୍ତୋଷ ଗୌଡ଼): ଦୁର୍ନିତୀ ସମାଜରେ ବ୍ୟାଧିଭଳି ବ୍ୟାପିବାରେ ଲାଗିଛି।ଏହାର ନିରାକରଣ ନ ହେଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ନାହିଁ।ତେଣୁ ଦେଶରୁ ଦୁର୍ନିତୀ ହଟାଇବା ପାଇଁ ଛାତ୍ରଛାତ୍ରୀମାନେ ଆଜିର ଦିବସରେ ସଂକଳ୍ପ ନେବା ଉଚିତ ବୋଲି ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟରେ ଆୟୋଜିତ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଦୁର୍ନିତୀ ନିବାରଣ ବିଭାଗ ବ୍ରହ୍ମପୁର ଜୋନ୍ ଉପ-ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ସାହୁ ଯୋଗ ଦେଇ ନିଜର ସୁଚ଼ିନ୍ତିତ ମତପ୍ରକାଶ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦୁର୍ନିତୀ କରିବା ଏବଂ ଏହାକୁ ପ୍ରୋତ୍ସାହନ ଦେବା ଉଭୟେ ଅପରାଧ ବୋଲି ମତବ୍ୟକ୍ତ କରିଥିଲେ।

ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଦୁର୍ନିତୀ ନିବାରଣ ନିମନ୍ତେ ସାମୁହିକ ଭାବରେ ଶପଥ ପାଠ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପ୍ରଣବ ପାଟ୍ଟୋସୀ ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରିଣୀ ରୀତାକୁମାରୀ ଶତପଥୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚ଼ାରୀ ସହଯୋଗ କରିଥିଲେ।