April 29, 2026

ବିଶ୍ୱନାଥ ସ୍ୱାଇଁ ସ୍ମାରକୀ କ୍ରୀଡା ଉତ୍ସବ ଅନୁଷ୍ଠିତ। 

IMG-20241031-WA0039
Share

 

ଖୋର୍ଦ୍ଧା,(ଉପାନ୍ତ ଖବର): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ବିଶିଷ୍ଟ ସମାଜସେବୀ ବିଶ୍ୱନାଥ ସ୍ୱାଇଁଙ୍କ ନବମୀ ଶ୍ରାଦ୍ଧବାର୍ଷିକୀ ଅବସରରେ

ଗୁରୁବାର ଦିନ ବିଶ୍ୱନାଥ ସ୍ୱାଇଁ ସ୍ମୃତି

ସଂସଦର ସମ୍ପାଦକ ପ୍ରମୋଦ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବିଶ୍ୱନାଥ ସ୍ୱାଇଁ ସ୍ମାରକୀ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଉତ୍ସବରେ କାଙ୍କଣ ଶିଖରୀ

ପରିଷଦର ସମ୍ପାଦକ ପ୍ରଦୋଷ

କୁମାର ଦାସ ମୁଖ୍ୟ ଅତିଥି ଓ ନାଚୁଣୀସ୍ଥିତ ଟ୍ୱିଟ ବାର୍ଡ ଇଂଲିଶ

ମିଡିୟମ ସ୍କୁଲର ପ୍ରତିଷ୍ଠାତା ତଥା

ଅଧ୍ୟକ୍ଷ ସୁରେଶ କୁମାର ଦାଶ ସମ୍ମାନିତ ଅତିଥି ରୂପେ ଯୋଗ

କ୍ରୀଡାର ଉପାଦେୟତା ସମ୍ପର୍କରେ

ପ୍ରତିଯୋଗୀମାନଙ୍କୁ ଅବଗତ କରିଥିଲେ । ୭ଟି ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀର ୯୬ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ

ଗ୍ରହଣ କରିଥିଲେ । ନଇରୀସ୍ଥିତ ଅପର୍ତ୍ତି ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଧ୍ରୁବ ଘଡ଼େଇ ଓ ହରିପୁରଶାସନସ୍ଥିତ ଲଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟର

କ୍ରୀଡା ଶିକ୍ଷୟିତ୍ରୀ ରଶ୍ମିତା ସାମଲ

ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ପୃଥକ ଭାବେ ପ୍ରତିଯୋଗିତା ପରିଚାଳନା କରି କୃତୀ ପ୍ରତିଯୋଗୀ ଚୟନ କରିଥିଲେ ।ବେଲୁନ ଫଟା,ଅଙ୍କ,ବାଟି ସଂଗ୍ରହ,୨୫ ମି,୨୦୦ମି, ଅଙ୍କ,ଆଳୁ

ଚାମଚ ଓ ଧୀର ସାଇକେଲ ଦୌଡ,

ବେଙ୍ଗ ଡିଆଁ, ସଟପୁଟ ଓ ଡିସ୍କସ ଥ୍ରୋ,ପୁଚି,ଦୌଡ଼ି ଡିଆଁ ଏବଂ ମ୍ୟୁଜିକ ଚେୟାର ଆଦି କ୍ରୀଡା ପ୍ରତିଯୋଗିତା କରାଯାଇଥିଲା ।

ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପ୍ରାପ୍ତ ହୋଇଥିବା ବିଦ୍ୟାର୍ଥୀଙ୍କୁ ଆସନ୍ତା ସାତ ତାରିଖରେ ଶ୍ରାଦ୍ଧ ବାର୍ଷିକୀ ପାଳନ ସମୟରେ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯିବ ବୋଲି

ସମ୍ପାଦକ ଶ୍ରୀ ସ୍ୱାଇଁ ଘୋଷଣା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ

ପୂର୍ଣଚନ୍ଦ୍ର ପ୍ରଧାନ, ଆଲୋକ ଖୁଣ୍ଟିଆ,

ତପୁ ପ୍ରଧାନ ଓ ପ୍ରତାପ ଖୁଣ୍ଟିଆ ସହଯୋଗ କରିଥିଲେ ।

ପରିଶେଷରେ ସଞ୍ଜୟ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed