ଲାଞ୍ଜିଗଡ଼ ଜୁଡାବନ୍ଧରେ ବ୍ୟବସାୟିକ ଗେଣ୍ଡୁଫୁଲ ଚାଷ ଓ ପ୍ରକ୍ରିୟାକରଣ ପ୍ରକଳ୍ପ ଲୋକାର୍ପିତ*।
ଲାଞ୍ଜିଗଡ଼ (ପୁରନ୍ଦର ଦଣ୍ଡସେନା)
ଲାଞ୍ଜିଗଡ,୨୯/୧୦(ଇମିସ)ଗେଣ୍ଡୁଫୁଲ ଚାଷ କମ୍ ଖର୍ଚ୍ଚ ଏବଂ କମ୍ ସମୟରେ ଭଲ ଲାଭ ଦିଏ । ଏହି ଫସଲ ସ୍ଥାନୀୟ ଜଳବାୟୁ ସହିତ ଉପଯୁକ୍ତ ଏବଂ ଏହାକୁ ଚାଷ କରି ବିକ୍ରୟ କରାଯାଇ ଚାଷୀ ଙ୍କ ଆୟ ବହୁ ଗୁଣୀତ ହୋଇଥାଏ। କଳାହାଣ୍ଡି ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାର ଲାଞ୍ଜିଗଡ,ମୁନିଗୁଡା ଓ ବିଷମ କଟକ ବ୍ଲକର ୮୦ ଜଣ ଚାଷୀ ଏହି ଚାଷ କରି ବର୍ତମାନ ଲାଭବାନ୍ ହୋଇଛନ୍ତି।ଚଳିତ ରବି ଋତୁରେ ଏହି ଅଞ୍ଚଳର ୩୦୦ ଜଣ ଚାଷୀ ଏହି ଗେଣ୍ଡୁଫୁଲକୁ ଚାଷ କରିବେ।ସ୍ଥାନୀୟ ଚିରସ୍ରୋତା କୃଷକ ଉତ୍ପାଦକ କମ୍ପାନୀ ମଞ୍ଜି , ସାର , କୀଟ ନାଶକ ତଥା ଉନତ ଚାଷ ପ୍ରଣାଳୀ ପ୍ରଦାନ କରିବ ଓ ଗେଣ୍ଡୁଫୁଲକୁ କ୍ରୟ କରି ଏହାର ପ୍ରକ୍ରିୟାକରଣ କରି ପେଲେଟ ପ୍ରସ୍ତୁତ କରିବ।ଚାଷୀଙ୍କ ଠାରୁ ଓମ୍ନୀ ଏକ୍ଟିଭ୍ କମ୍ପାନୀ ଏହି ପେଲେଟ୍ କୁ କିଣିବ । ଚାଷୀ ମାନେ ଏହି ଚାଷରୁ ଏକର ପିଛା ୨୫,୦୦୦ ରୁ ୩୦,୦୦୦ ଟଙ୍କା ରୋଜଗାର କରିବେ ବୋଲି କୁହାଯାଇଛି।ଏହାକୁ ନେଇ ମଙ୍ଗଳବାର ଦିନ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇ ପୁର ପଞ୍ଚାୟତ ଅନ୍ତର୍ଗତ ଯୋଡବନ୍ଧ ଠାରେ ଆୟୋଜିତ ଏକ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ନାବାର୍ଡ ର ରାଜ୍ୟ ମୁଖ୍ୟ ମହା ପ୍ରବନ୍ଧକ ଡ଼. ସୁଧାଂଶୁ କେ. କେ. ମିଶ୍ର ଓ ଓମ୍ନି ଏକ୍ଟିଭ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ମାରିୱାଲା ଏହି ସୁବର୍ଣ୍ଣ ଉତ୍କଳ ନାମକ ପ୍ରକଳ୍ପ କୁ ଲୋକାର୍ପିତ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ମହାଶକ୍ତ୍ତି ଫାଉଣ୍ଡେସନ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ଯୋଗଦେଇ ସ୍ବାଗତ ଭାଷଣ ଦେଇ ଏହି ପ୍ରକଳ୍ପର ଗେଣ୍ଡୁ ଫୁଲ ଚାଷ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ହୁମନ୍ ଭେନ୍ଚର୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କାର୍ତ୍ତିକ ଆୟାର, ନାବାର୍ଡ ଡି.ଜି.ଏମ. ସମୀର ସାମନ୍ତରା, ବେଦାନ୍ତ ଆଲୁମିନା ସି.ଏସ.ଆର ମୁଖ୍ୟ ଶ୍ରୀ ଶିଶିର ତରପଡାର, ନାବାର୍ଡ କଳାହାଣ୍ଡି ଡି. ଡି. ଏମ୍. ଶ୍ରୀ ମହେଶ୍ୱର ଦାସ,ବିଶିଶିବି ବ୍ୟାଙ୍କ୍ ସିଇଓ ଶ୍ରୀମତୀ ବନଲତା ଧଳ, ୟୂଜିବି ବ୍ୟାଙ୍କ୍ ଆର.ଏମ ଶ୍ରୀ ସଞ୍ଜୀବ ମିଶ୍ର, ଶ୍ରୀମଳୟ ମେହେର, ଡି.ଡି.ଏଚ ଶ୍ରୀ ଭିଷ୍ଣୁପ୍ରସାଡ ସିଂ, ଚଂପାଦେଇପୂର୍ ସରପଞ୍ଚ ଶ୍ରୀ ନରେନ୍ଦ୍ର ମାଝି, ମହାଶକ୍ତି ଫାଉଣ୍ଡେସନର କୃଷି ବିଶେଷଜ୍ଞ ଶ୍ରୀ ସ୍ମୃତି ରଞ୍ଜନ ସେଠୀ , ପରିଚାଳକ ଶ୍ରୀ ସୁରେଶ ପଟ୍ଟନାୟକ,ଶ୍ରୀ ଦେବେନ୍ଦ୍ର ମିଶ୍ର,ଶ୍ରୀ ବାଳକୃଷ୍ଣ ରଥ, ଚିରସ୍ରୋତା ଏଫ ଇ ଓ ର ଏମ ଡି ଶ୍ରୀ ମହାନ୍ତି କରୁଆଁ ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଗେଣ୍ଡୁ ଫୁଲ ଚାଷି ମାନଙ୍କୁ ଓମ୍ନିଏକ୍ଟିଭ କମ୍ପାନୀ ତରଫରୁ ୫୦୦୦ ଟଙ୍କା ର ଚେକ୍ ପ୍ରଦାନ କରାଯାଇଥିଲା।ଏହି ଅବସରରେ ବି ସି ସି ବି ବ୍ୟାଙ୍କ୍ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ତରଫରୁ ଚାଷୀ ମାନଙ୍କୁ କିଶାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ୨୦୦ ରୁ ଉର୍ଦ୍ଧ ଚାଷୀ ଓ ମହିଳା ଯୋଗ ଦେଇଥିଲେ ।
ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା *ନିଉଜ୍ ଉପାନ୍ତ ଖବର*