October 26, 2026

ଉମରକୋଟ ବ୍ଲକ୍ ସ୍ତରୀୟ ପଥ ଉତ୍ସବ ଅନୁଷ୍ଠିତ……….

IMG-20241029-WA0047
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ୍ ସ୍ତରୀୟ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ସାଗର ମାଝୀ ଙ୍କ ତତ୍ତ୍ୱ।ବଧନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଶୀଳା ମାଝୀ, ବରେଣ୍ୟ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ର।, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ରାମ ନାୟକ, ତହସିଲଦାର ଶ୍ରୀ ମାଘବାନ ବାଗ, ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ବେହେରା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଂକେତ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ପଥ ଉତ୍ସବ ରେ ଭୋଟର ତାଲିକା ର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଆଗାମୀ ୨୯ ଅକ୍ଟୋବର ରୁ ଆରମ୍ଭ ହୋଇ ୨୮ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଏହାର ଚାରି ଗୋଟି ସ୍ଵତନ୍ତ୍ର ଦିବସ ୨,୧୦,୧୬ ଓ ୨୪ ନଭେମ୍ବର ରହିଥିବା ସୂଚନା ପ୍ରଦାନ କରା ଗଲା। ଏତତ୍ ବ୍ୟତୀତ ଭୋଟର ହେଲ୍ପଲାଇନ ଆପ ଜରିଆରେ ମଧ୍ୟ ନାମ ପଞ୍ଜିକରଣ ଓ ସଂଶୋଧନ କରା ଯାଇପାରିବ। ଆବଶ୍ୟକ ପଡିଲେ ୧୯୫୦ ହେଲ୍ପଲାଇନ ନମ୍ୱର କୁ ମଧ୍ଯ ଯୋଗାଯୋଗ କରିବା ପାଇଁ ମତ ରଖା ଯାଇଥିଲା। ଭାରତ ର ଗଣତନ୍ତ୍ର ରେ ବିଶ୍ଵ ରେ ଏକ ଉଦାହରଣ ସୃଷ୍ଟି କରିପାରିଛି। ତେଣୁ ସମସ୍ତେ ଏହି ଭୋଟର ତାଲିକା ରେ ସାମିଲ ହେବା ପାଇଁ ଅନୁରୋଧ କରାଗଲା। ଏହି ନିମନ୍ତେ ସଙ୍ଗୀତ, ନୃତ୍ୟ ଓ ଝୋଟି ପ୍ରତିଯୋଗିତା ଅନଷ୍ଠିତ ହୋଇଥିଲା। ଏଥିରେ ସଫଳତା ହାସଲ କରିଥିବା ଅନୁଷ୍ଠାନ ଓ ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଓ ତନ୍ମୟୀ ପଟ୍ଟନାୟକ ମଂଚ ପରିଚାଳନା କରୁଥିବା ବେଳେ ବ୍ଲକ୍ ର କର୍ମଚାରୀ ଓ ବୁଥ ସ୍ତରୀୟ ଅଧକାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ନରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

You may have missed