April 28, 2026

ପଞ୍ଚାୟତ ବୈଠକରେ ଅଧକ୍ଷାଙ୍କ ସ୍ୱାମୀଙ୍କ ଉପସ୍ଥିତିକୁ ନେଇ ଅଭିଯୋଗ 

IMG-20241029-WA0045
Share

 

ବୁଗୁଡ଼ା: ତା ୨୯/୧୦/୨୪ : ପଞ୍ଚାୟତ ବୈଠକରେ ଅଧକ୍ଷାଙ୍କ ସ୍ୱାମୀ ଉପସ୍ଥିତି ନେଇ ଅସନ୍ତୋଷ ସୃଷ୍ଟି ହୋଇଛି l ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ଗ୍ରାମ ସଭା ବୈଠକ ଥିଲା ବୈଠକକୁ ପିଇଓ ଅୟସ କାନ୍ତ ମିଶ୍ର ପରିଚାଳନା କରୁଥିବା ବେଳେ ମହିଳା ସରପଞ୍ଚ ଡ଼ି.ଚାନ୍ଦିନୀ ଆଚାରୀଙ୍କ ସମେତ ଅଙ୍ଗନବାଡି, ଆଶା, ଏମ୍ବିକେ, ସିଆରପିଙ୍କ ସମେତ ୱାର୍ଡ ସଦସ୍ୟ ଓ ସଦସ୍ୟାଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ତେବେ ଉକ୍ତ ବୈଠକରେ ବ୍ଲକ ଅଧକ୍ଷାଙ୍କ ପରିବର୍ତ୍ତେ ତାଙ୍କ ସ୍ୱାମୀ କେ.ନୀଳ ମାଧବ ଆଚାରୀ ମଞ୍ଚାସୀନ ଥିବା ଦେଖିବାକୁ ମିଳିଥିଲା l ସେ ଅନ୍ୟ ପଞ୍ଚାୟତର ହୋଇଥିବା ତଥା ସରକାର ମହିଳାମାନଙ୍କ ସଶସ୍ତିକରଣ କରିବା ପାଇଁ ପଦ ପଦବୀକୁ ସଂରକ୍ଷଣ କରାଯାଉଥିବା ବେଳେ ବୈଠକରେ ଅଧକ୍ଷାଙ୍କ ସ୍ଥାନରେ ତାଙ୍କ ସ୍ୱାମୀ ବସିବାକୁ କିଏ ବୋଲି ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର କିଛି ଜନସାଧାରଣ ଏହାକୁ ନାପସନ୍ଦ କରିବା ସହ ଏ ନେଇ ବୁଗୁଡ଼ା ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି l ଏ ନେଇ ବିଡ଼ିଓ ଦାୟିତ୍ୱରେ ଥିବା ତହସିଲଦାର ତାପସ ରାଉତଙ୍କୁ ପଚାରିବାରେ ସେ ପଞ୍ଚାୟତ ମାନୁଆଲ ଦେଖିବା ପରେ ସମ୍ପୃକ୍ତ ପିଇଓଙ୍କୁ ନୋଟିସ ଜାରି କରାଯିବ ବୋଲି କହିଛନ୍ତି l ତେବେ ଏ ନେଇ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସରପଞ୍ଚ ତାଙ୍କୁ ଡାକି ମଞ୍ଚାସୀନ କରିଥିଲେ । ଅନ୍ୟପକ୍ଷରେ ବୁଗୁଡ଼ା ବ୍ଲକର କେତେକ ପଞ୍ଚାୟତରେ ମହିଳା ଜନପ୍ରତିନିଧିଙ୍କ ବଦଳରେ ତାଙ୍କର ସ୍ବାମୀ କିମ୍ବା ପୁଅ କିମ୍ବା ଦେଢଶୁର ପଞ୍ଚାୟତର କାର୍ଯ୍ୟକ୍ରମ ଗୁଡିକରେ ମଞ୍ଚାସୀନ ରହି ପଞ୍ଚାୟତର କାର୍ଯ୍ୟଗୁଡ଼ିକରେ ଅଯଥା ହସ୍ତକ୍ଷେପ କରୁଥିବା ନେଇ ମଧ୍ୟ ସାଧାରଣରେ ଜୋରସୋରରେ ଆଲୋଚନା ହେଉଛି।