April 28, 2026

ମା’ଙ୍କ ଏକାଦଶାହରେ ପତ୍ନୀଙ୍କୁ ହରାଇଲେ ସାମ୍ବାଦିକ

IMG-20241029-WA0049
Share

ଜଗତସିଂହପୁର-୨୯/୧୦-ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକଙ୍କ ଧର୍ମପତ୍ନୀ ନମିତା ବାରିକ ୫୯ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ଚଳିତ ମାସ ୧୮ରେ ମା ଅନ୍ନପୂର୍ଣ୍ଣାଙ୍କ ସ୍ଵର୍ଗବାସ ହୋଇଥିଲା। ମଙ୍ଗଳବାର ଦିନ ଏକାଦଶାହ କର୍ମ ସମ୍ପନ୍ନ ପରେ ବ୍ରାହ୍ମଣ ଭୋଜନ,ସାହି ଭୋଜି ଅନୁଷ୍ଠିତ ହୋଇଥିଲା। ରାତ୍ର ୯ ଘଟିକା ସମୟରେ ନମିତା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁୁ ମୃତ ଘୋଷଣା କରିଥିଲେ। ହୃଦଗାତ ଯୋଗୁଁ ସେ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି।ବଡିଲୋ (ବନ୍ଧମୁଣ୍ଡି ) ଗ୍ରାମ ଶ୍ମଶାନରେ ନମିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଦିଅର ତପନ ମୁଖାଗ୍ନି ଦେଇଥିଲେ।ନଣଦେଇ ବାବୁଲା, ଅଭିମନ୍ୟୁ, ଅର୍ଜୁନ,ଭଣଜା ବାପୁ,ଲିପୁ,କାହ୍ନା,ଗୁଡୁ,ସୋନୁ, ଭଗ୍ନୀ ଜାମାତା ପ୍ରକାଶ, ଭଉଣୀ କନକ, ପୁତୁରା ସୁଶା, ବାବୁ,ବିଧାନ,ସିଲ, ଓମ୍,ନାତି ପ୍ରଦ୍ୟୁମ୍ନ ,ରୋହିତଙ୍କ ସମେତ ଶତାଧିକ ପ୍ରିୟ ପରିଜନ ଶେଷ ଦର୍ଶନ କରିବା ସହ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ। ନମିତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏକାକାର ସାହିତ୍ୟ ସଂସଦର ସେ ଥିଲେ ସଂପାଦିକା। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ନମିତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସଙ୍ଗେ ପାକ୍ଷିକ ସମ୍ବାଦପତ୍ର ର ସମ୍ପାଦକ ଗଣେଶ ଚନ୍ଦ୍ର ବିଷୋୟୀ ଏବଂ ସମ୍ପାଦନା ମଣ୍ଡଳୀ ସହ ସମସ୍ତ ସମ୍ବାଦପତ୍ରର ପରିବାର ଏହି ଦାରୁଣ ଦୁଃଖ ସମୟରେ ଭଗବାନ ଧର୍ଯ୍ୟ ଦିଅନ୍ତୁ ସହ୍ୟ କରିବା ପାଇଁ ବୋଲି ପ୍ରାର୍ଥନା କରିବା ସଙ୍ଗେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆମର ଆତ୍ମା ର ସଦ୍ଗତି କାମନା କରିଛନ୍ତି।

You may have missed