November 15, 2024

ବେଲଗୁଣ୍ଠା ପିତଳ ମାଛର ଅନ୍ୟାନ୍ୟ ଶିଳ୍ପୀ ସୁଶାନ୍ତ ; 35 ବର୍ଷ ଧରି କୌଳିକରେ ପୋଷୁଛନ୍ତି ପରିବାର

Share

 

 

ବେଲଗୁଣ୍ଠା,29/10, ଦୀର୍ଘ ତିନି ଶହ ବର୍ଷ ଧରି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠାରେ ତିଆରି ହେଉଛି ବିଶ୍ୱ ପ୍ରସିଦ୍ଧ ପିତଳ ମାଛ I ନିର୍ଜୀବ ପିତଳ ଚଦରରୁ ପ୍ରସ୍ତୁତ ପିତଳ ମାଛ ଜୀବନ୍ତ ମାଛ ଭଳି ପ୍ରତୀୟମାନ ହୋଇ ସାରା ବିଶ୍ୱ ବାସୀଙ୍କୁ ଚକିତ କରିଛି I ମହାମହିମ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟ ମନ୍ତ୍ରୀ,ବିଧାୟକ,ସାଂସଦ, ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ,ଉପଜିଲ୍ଲାପାଳ,ବିଡ଼ିଓ, ତହସିଲଦାର,ସ୍ଥାନୀୟ ନେତାଙ୍କ ସମେତ ବହୁ ବିଦେଶୀ ଅତିଥି ବିଭିନ୍ନ ସମ୍ବର୍ଦ୍ଧନା ସଭାରେ ପିତଳ ମାଛଟିଏ ଉପହାର ପାଇ ଖୁସିରେ ଗଦ୍ ଗଦ୍ ହୋଇପଡିଛନ୍ତି I ବେଲଗୁଣ୍ଠାରେ ପ୍ରସ୍ତୁତ ପିତଳ ମାଛ ସମଗ୍ର ଓଡ଼ିଶାରେ ଏକ ପ୍ରମୁଖ ଉପହାରର ସ୍ଥାନ ନେଇଛି I ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପିତଳ ମାଛର ଚାହିଦା ଖୁବ୍ ବେଶୀ I ଏହି ପିତଳ ମାଛର ଅନ୍ୟତମ ଶିଳ୍ପୀ ହେଉଛନ୍ତି ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଂଚାୟତ ଅନ୍ତର୍ଗତ କେ.ନୂଆଁଗଡ଼ ଗ୍ରାମର ସନ୍ତୋଷ କୁମାର ସାହୁ I ସୁଶାନ୍ତଙ୍କ କହିବା ପ୍ରକାରେ 1856 ମସିହାରେ ତାଙ୍କ ପିତୃପିତାମହ ସ୍ଵର୍ଗତ ଦଣ୍ଡପାଣି ସାହୁ ଏହି କାର୍ଯ୍ୟ ଆରମ୍ଭ କରିଥିଲେ I ସେବେଠାରୁ ସୁଶାନ୍ତଙ୍କ ପରିବାର ପିଢି ପରେ ପିଢ଼ି ଏହି କୌଳିକ ବୃତ୍ତିକୁ ଆବୋରି ନେଇ ପରିବାର ପ୍ରତିପୋଷଣ କରି ଆସୁଛନ୍ତି I ସୁଶାନ୍ତ ପିତଳ ମାଛ ସହିତ ଲୋକଙ୍କ ଚାହିଦା ମୁତାବକ ନାଗ, ମୁକୁଟ, ମୂର୍ତ୍ତି ଆଦି ତିଆରି କରିଥାନ୍ତି I ସୁଶାନ୍ତଙ୍କ ପରିବାର ସଦସ୍ୟ ତାଙ୍କୁ ଏହି କାମରେ ସହଯୋଗ କରିଥାନ୍ତି I ପିତଳ ସାମଗ୍ରୀ ଗୁଡିକୁ ସେ ବେଲଗୁଣ୍ଠା ବଜାରରେ ବିକ୍ରୟ କରିଥାନ୍ତି Iକିନ୍ତୁ ଏହି କାମକୁ ବଞ୍ଚାଇ ରଖିବା ପାଇଁ ଉପଯୁକ୍ତ ସରକାରୀ ସହାୟତା ମିଳୁନଥିବାରୁ ସୁଶାନ୍ତ କ୍ଷୋଭ ପ୍ରକାଶ କରିଛନ୍ତି I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ