April 28, 2026

ଶିକ୍ଷକ ସଂଘ ସମ୍ପାଦକଙ୍କ ପିତୃ ବିୟୋଗ 

IMG-20241027-WA0028
Share

 

 

ବେଲଗୁଣ୍ଠା,27/10, ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସମ୍ପାଦକ ମନୋରଞ୍ଜନ ବିଷୋୟୀଙ୍କ ବାପା ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ମହେଶ୍ଵର ବିଷୋୟୀ ଗାଙ୍ଗପୁର ସ୍ଥିତ ସ୍ଵବାସଭବନରେ ଶନିବାର ରାତି ଦଶ ଘଣ୍ଟା ସାତ ମିନିଟ୍ ସାମୟରେ ଇହଲୀଳା ସମ୍ବରଣ କରିଛନ୍ତି I ସେ ଦୀର୍ଘଦିନ ଧରି ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ I ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା I ସ୍ଵର୍ଗତ ମହେଶ୍ଵରଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ସୁଶୀଳା ବଡ଼ପୁଅ ତଥା ପ୍ରେସକ୍ଲବ ସଦସ୍ୟ ସନ୍ତୋଷ,ପ୍ରସନ୍ନ, ଶ୍ୟାମ ସୁନ୍ଦର, ମନୋରଞ୍ଜନ, ବୋହୂ ରଞ୍ଜିତା,ଟୁନୀ, ରୁବି, ବଡ଼ ପୁତୁରା ତଥା ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଏମ୍.ବି.ଏସ୍ କୋଲା ୟୁନିଟ୍ ଏମ୍.ଡ଼ି ବସନ୍ତ ବିଷୋୟୀ, ସମିତି ସଭ୍ୟ ପ୍ରତିନିଧି ଅର୍ଜୁନ ବିଷୋୟୀଙ୍କ ସମେତ ପରିବାର ସଦସ୍ୟ ବିରେନ୍, ଜିତେନ୍ଦ୍ର, ବିରେନ୍ଦ୍ର, ରାମ,ଲକ୍ଷ୍ମଣ,ସଞ୍ଜିବ୍,ସ୍ୱାଗତ, ଶମ୍ଭୁ,ଓମ୍, ସାଇ, ସାନଭାଇ କୁମୁଦ, ସୀମାଞ୍ଚଳ, ପ୍ରକାଶ ଏବଂ ପରିବାରର ଅନ୍ୟ ସଦସ୍ୟମ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ମହେଶ୍ଵର ଜଣେ ଦକ୍ଷ ସେନା କର୍ମଚାରୀ ସହିତ ଜଣେ ପରିଶ୍ରମୀ ଚାଷୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ I ଛୋଟ ଛୋଟ ପିଲାଙ୍କ ନିକଟରେ ସେ ମୟୂର ବାପା ଭାବରେ ପରିଚିତ ଥିଲେ I ତାଙ୍କ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇ ଥିଲା I ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଆଇନଜୀବୀ ସୀମାଞ୍ଚଳ ପୃଷ୍ଟି, ସମିତିସଭ୍ୟ ବିଭୁପାଦ ଜେନା, ସମବାୟ ସମିତି ସଭାପତି ଲକ୍ଷ୍ମଣ ବିଷୋୟୀ, ପ୍ରେସକ୍ଲବ ସଦସ୍ୟ ପଞ୍ଚାନନ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମହେଶ୍ଵରଙ୍କ ଅନ୍ତିମ ଦର୍ଶନ କରିଥିବାବେଳେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ସମସ୍ତ ପ୍ରେସକ୍ଲବ ସଦସ୍ୟ, ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ, ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ,ଦେବେଶ ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ I ଏକ ବିରାଟ ପଟୁଆରରେ ଶତାଧିକ ଲୋକେ ମହେଶ୍ଵରଙ୍କ ଶବକୁ ଗ୍ରାମ ପରିକ୍ରମା କରାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ I ବଡ଼ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed