November 15, 2024

ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟରକେନ୍ଦ୍ର ଠାରେପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳିତ

Share

 

ପାରଳାଖେମୁଣ୍ଡି:୨୦/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ କମ୍ପ୍ୟୁଟର କେନ୍ଦ୍ର ପରିସରରେ ଆଜି ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି l ଏସବିଆଇ ର ଅବସର ପ୍ରାପ୍ତ ଅଧିକାରୀ ହରୀମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ଆଜିରଏହି ପଖାଳ ଦିବସରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି କାରାଗାରର କାରାଗାର ଅଧିକାରୀ ଶ୍ରୀ ସେଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ମୋନଜ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଜିଲ୍ଲା ସାଂସ୍କୃତିକ ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ପ୍ରଗତି ମହିଳାସଂଗଠନଅଧକ୍ଷାତନୁଜାଶତପଥୀ,ୟୁଟେକ୍ କମ୍ପ୍ୟୁଟର କେନ୍ଦ୍ରର ଅଧକ୍ଷ ଶ୍ରୀଲୋକନାଥ ମିଶ୍ର,ପ୍ରମୁଖମଞ୍ଚାସିନ ଥିଲେ ସେମାନେ ସେମାନଙ୍କଉଦବୋଧନରେ ବିଶ୍ଵ ପଖାଳ ଦିବସ ପାଳନ ର ଉଦ୍ଦେଶ୍ୟ ନେଇ ବର୍ଣ୍ଣନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠସାମ୍ବାଦିକଗରୁଡ଼ଧ୍ଵଜଚୌଧୁରୀ,ଭାଗବତପାଢ଼ୀ, ଛାତ୍ରୀ ପ୍ରିୟା ପ୍ରଧାନ, ନରସିଂହ ପଟ୍ଟନାୟକ, ଯୁକ୍ତ ଦୁଇ ବିଦ୍ୟାଳୟ ର ଅବସରପ୍ରାପ୍ତ ଅଧକ୍ଷ ନରସିଂହ ଗୌଡ,ଡ: ମୁର୍ମୁ ପ୍ରମୁଖ ବିଶ୍ଵ ପଖାଳ ଦିବସର ତାତ୍ପର୍ଯ୍ୟ ନେଇ କହିଥିଲେ l ବିଶ୍ଵ ପଖାଳ ଦିବସ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ସମେତ ଗୃହିଣୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ପରିଶେଷରେ ଭାଗବତ ପାଢ଼ୀ ଧନ୍ୟବାଦ ଜଣାଇ ଥିଲେ