ଆଜିର ଖବର
*ଖବର ଆଜିର*
ତାରିଖ ୨୦/୦୩/୨୦୨୩ ସୋମବାର ।
ଆସନ୍ତା ୨ ଦିନ ରାଜ୍ୟରେ ଝଡ଼ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ।
ଆମେରିକାରେ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ଦୁଇ ଭାରତୀୟ ବଂଶୋଦ୍ଭବଙ୍କ ନାମରେ ମାମଲା ।
ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ.. ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ.. ମାତ୍ର ୧୧ ଓଭରରେ ମ୍ୟାଚ ହାତେଇଲା ଅଷ୍ଟ୍ରେଲିଆ.. ଅଷ୍ଟ୍ରେଲିଆ ଓପନରଙ୍କ ଛକା ଓ ଚୌକା ବର୍ଷା.. ଭାରତ ୧୧୭(୨୬ ଓଭର), ମାର୍ଶ ୬୬ ଓ ହେଡ ୫୧ ରନରେ ଅପରାଜିତ। ଅଷ୍ଟ୍ରେଲିଆ ୧୨୧/୦(୧୧ ଓଭର) ।
ଅସୁରକ୍ଷିତ ଗଜରାଜ.. ପୁଣି ଏକ ଦନ୍ତାର ମୃତ୍ୟୁ.. କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବାମେବାରୀ ଫରେଷ୍ଟ ବିଟ୍ ଅଧିନ ବସନ୍ତପୁର ପଞ୍ଚାୟତ ଜଡିପଦା ସାହିରେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରବିବାର ଭୋର ୫ଟାରେ ଆଉ ଏକ ଦନ୍ତାହାତୀର ମୃତ୍ୟୁ ।
ଇକ୍ୟୁଏଡର ଏବଂ ଉତ୍ତର ପେରୁରେ ୬.୮ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ ୧୪ ମୃତ, ଶତାଧିକ ଆହତ ।ଭୂକମ୍ପରେ ଅନେକ ଘରଦ୍ୱାର ନଷ୍ଟ, ଉଦ୍ଧାର କାର୍ଯ୍ୟ ଜାରି ।
UPରେ ହଟିଲା ବିଦ୍ୟୁତ କର୍ମଚାରୀଙ୍କ ହରତାଳ, ଶକ୍ତି ମନ୍ତ୍ରୀଙ୍କ ସହ ୩ ରାଉଣ୍ଡ ଆଲୋଚନା ପରେ ହେଲା ସହମତି ।
ପଳାତକ ନୀରବ ମୋଦୀର ବ୍ୟାଙ୍କ ଆକାଉଣ୍ଟ ଖାଲି, ପିଜା କିଣିବା ପାଇଁ ପାଖରେ ଆଉ ନାହିଁ ଟଙ୍କା।
ମନୋରଞ୍ଜନ ଜଗତର ଦିଗ୍ଗଜ କମ୍ପାନୀ ଡିଜନୀ ଏହାର ଚାରି ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା କରୁଛି।
ବିଜେଡିର ପୁଣି ଏକ ବଡ ବିଜୟ, ରାଜ୍ୟର ସମସ୍ତ ଅଧ୍ୟକ୍ଷ ପଦ ପୋଛି ନେଲା ।
ଇମରାନ୍ ଖାନ୍ଙ୍କ ପାଇଁ ବଢ଼ୁଛି ଅଡ଼ୁଆ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆତଙ୍କବାଦୀ ମାମଲା ରୁଜୁ କଲା ପୋଲିସ୍
ଲଣ୍ଡନର ଭାରତୀୟ ଦୂତାବାସ କାର୍ଯ୍ୟାଳୟରୁ ଜାତୀୟ ପତାକା କାଢ଼ିଲେ ଶିଖ୍ ଆନ୍ଦୋଳନକାରୀ ।
ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣକୁ ବରଦାସ୍ତ କରାଯିବ ନାହିଁ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ।
‘ମୋଦୀ ଲାଓକ୍ସିଆନ’: ଚୀନ୍ ନେଟିଜେନ୍ଙ୍କ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକପ୍ରିୟ।
ସଲମାନଙ୍କୁ ପୁଣି ହତ୍ୟା ଧମକ, ବାସଭବନରେ ସୁରକ୍ଷା ବ୍ୟବସ୍ଥା ବଢ଼ିଲା ।
ଶ୍ରୀନଗରରେ ଭାରତ ଯୋଡ ଯାତ୍ରାର ଶେଷ ଦିନରେ ରାହୁଲ ଗାନ୍ଧି ଦେଇଥିବା ବିବାଦୀୟ ବିବୃତି ମାମଲାରେ ଦିଲ୍ଲୀ ପୁଲିସ ରବିବାର ତାଙ୍କ ଘରକୁ ଯାଇ ନୋଟିସ୍ ଜାରି କରିଛି ।
ଇକ୍ୱେଡରରେ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଇଁ ରାହୁଲ ଗାନ୍ଧୀ ଟିଆର୍ପି ଭଳି; ମମତା ବାନାର୍ଜୀ ।
ସୁପ୍ରଭାତ ,ଶୁଭ ସକାଳ ।