April 27, 2026

ପ୍ରଥମ ପ୍ରୟାସରେ ଓପିଏସସି ସଫଳତା ପାଇଲେ ମାନସ ..

IMG-20241021-WA0022
Share

 

 

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ)ପ୍ରଥମ ପ୍ରାୟସରେ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ବରଗଡ ଜିଲ୍ଲା ଅତାବିରା ବ୍ଲକର ମନାପଡା ଗ୍ରାମର ମାନସ ରଞ୍ଜନ ପଣ୍ଡା ସଫଳତାର ସିଡ଼ି ଚଢିବାରେ ସଫଳ ହୋଇଛନ୍ତି। ଅବଶ୍ୟ ଏହା ପୂର୍ବରୁ ମାନସ ସର୍ବ ଭାରତୀୟ ସ୍ତରରେ ୟୁଜିସି ନେଟରେ ମଧ୍ୟ୍ୟ ସଫଳତା ପାଇଥିଲେ।ଉତ୍କର୍ଷ ଓଡିଶାର ଅଭିଜ୍ଞତା ସହ ମାଲନ୍ୟୁଟ୍ରେସନ ଏଣ୍ଡ ଏନିମାଲ ୱେଲଫେୟାର ରେ ସେ କାର୍ଯ୍ୟରତ। ଏହି ସଫଳତା ପାଇଁ ସୋହେଲା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ନିଜର କାକା ଡ଼ଃ. ପ୍ରମୋଦ କୁମାର ପଣ୍ଡାଙ୍କୁ ଶ୍ରେୟ ଦେବା ସହିତ ଅଜା, ଆଈ କ୍ଷୀରସାଗର ପଣ୍ଡା ଓ ଦୁର୍ଲ୍ଲଭି ଙ୍କ ସହିତ ନିଜ ବାପା ଏମସିଏଲ ମ୍ୟାନେଜର ପର୍ସନାଲ ଭାବେ କାର୍ଯ୍ୟରତ ଅଶୋକ ପଣ୍ଡା ଓ ଏମସିଏଲ ଏକତା ମହିଳା ମଣ୍ଡଳର ଅନ୍ୟତମ କାର୍ଯ୍ୟକର୍ତ୍ତା ନନ୍ଦିତା ପଣ୍ଡାଙ୍କ ସୁପୁତ୍ର ଅଟନ୍ତି। ସେ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ ଓ ଡ଼ିଏଭି ପବ୍ଲିକ ସ୍କୁଲରୁ ଛାତ୍ର ଜୀବନ ଆରମ୍ଭ କରି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରୁ ଇକୋନୋମିକ୍ସରେ ସ୍ନାତକ ଓ ରେଭେନ୍ସା ବିଶ୍ୱ ବିଦ୍ୟାଳୟରୁ ସ୍ନାତକୋତ୍ତରରେ ଉର୍ତ୍ତିର୍ଣ୍ଣ ହୋଇଛନ୍ତି। ମାନସଙ୍କ ଏହି ସଫଳତା ପାଇଁ ସବୁଠି ଓ ସବୁ ମହଲରେ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି।