April 27, 2026

ଘୂର୍ଣ୍ଣି ବଳୟ ଲଘୁଚାପରେ ପରିଣତ ହେବା ପରେ ରାଜ୍ୟରେ ଆଜିଠୁ ବର୍ଷା ହେବ

IMG-20241021-WA0014
Share

*  ଘୂର୍ଣ୍ଣି ବଳୟ ଲଘୁଚାପରେ ପରିଣତ ହେବା ପରେ ରାଜ୍ୟରେ ଆଜିଠୁ ବର୍ଷା ହେବ । ସକାଳ ସାଢେ ୮ ସୁଦ୍ଧା ୧୩ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେହିପରି ୨୩ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୨୪ ତାରିଖରେ ୪ ଜିଲ୍ଲାରେ ଅତି ଭୀଷଣ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ* ।

 

*ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି ଘୂର୍ଣ୍ଣିବଳୟ । ସମଦ୍ରରେ ଅଧିକ ଘନୀଭୂତ ହୋଇ ଆଜି ସକାଳେ ସକ୍ରିୟ ଲଘୁଚାପର ରୁପ ନେବ । ଏହା ଧିରେ ଧିରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ନଅବପାତର ରୂପ ନେବ ଲଘୁଚାପ। ସମୁଦ୍ରରେ ଅବପାତ ଅଧିକ ଘନୀଭୁତ ହୋଇ ୨୩ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ। ଫଳରେ ଆଜିଠୁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି* ।