ଛାତ୍ରୀଛାତ୍ର ମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶରେ ସହାୟକ ହେଉଛି ସୁରଭି….
ତିର୍ତ୍ତୋଲ, ୨୦/୧୦/୨୪
ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରମାନଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ଲାଗି ସରକାରଙ୍କ ତରଫରୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଛି । ଏହି ସୁରଭି କାର୍ଯ୍ୟକ୍ରମ ଛାତ୍ରୀ ଛାତ୍ରଙ୍କ ଅନ୍ତର୍ନିହିତ ଗୁଣର ବିକାଶରେ ସହାୟକ ହେଉଛି ବୋଲି ବକ୍ତାମାନେ କହିଛନ୍ତି । ତିର୍ତ୍ତୋଲ ବ୍ଲକ ଅଧିନ ତିର୍ତ୍ତୋଲ ସ୍ଥିତ ମଣି ଚରଣ ଶାରଳା ଏକାଡେମୀ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୂପ୍ରସାଦ ତରାଇଙ୍କ ଦ୍ବାରା ଉଦଘାଟନ କରାଯାଇ ଥିଲା ଏବଂ ବିଧାୟକ ରମାକାନ୍ତ ଭୋଇ ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ସଭାରେ ଅତିଥି ଭାବରେ ଯୋଗ ଦେଇଥିଲେ । ଆୟୋଜିତ ସଭାରେ ବକ୍ତାମାନେ ଉପରୋକ୍ତ ମତ ପୋଷଣ ସହ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ୧୮ ଗୋଟି କ୍ଲଷ୍ଟର ଅଧୀନ ରେ ଥିବା ବିଦ୍ୟାଳୟ ଭାଗ ନେଇଥିଲେ । ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ସଭାରେ ସଭାପତିତ୍ବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବିଷ୍ଣୁପ୍ରିୟା ଦେବୀ, ମହିଳା ନେତ୍ରୀ ଝରାଶ୍ରୀ ରାଉତ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅନୁରାଧା ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସି.ଆର.ସି.ସି., ଦୀପକ ମହାନ୍ତି, ପ୍ରଣବ ସାହୁ, ରଶ୍ମିରଞ୍ଜନ ନାୟକ, ଚିତ୍ତରଞ୍ଜନ ଦାସ, ସଭା ପରିଚାଳନା କରିଥିଲେ ।ରାଜେଶ ଖଟୁଆ, ମୋହନ ଟୁଡୁ,ପ୍ରଦୀପ ରଥ,ଦେବାଶିଷ ସ୍ୱାଇଁ,ସ୍ବେତପଦ୍ମା ଖୁଣ୍ଟିଆ,ଶଶାଙ୍କ ଶେଖର ସ୍ୱାଇଁ,ଜ୍ୟୋତି ରଞ୍ଜନ ମହାନ୍ତି,ଆନୀସ ଖାନ, ସୁଶାନ୍ତ ବେହେରା, ସ୍ମୃତିରଞ୍ଜନ ନାୟକ,ପ୍ରଶାନ୍ତ କୁମାର ମହାନ୍ତି ଓ ସଞ୍ଜୟ ବାରିକ ଙ୍କ ସମେତ ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କାର ପ୍ରଦାନ କରିଥିଲେ ।
:- ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…..