April 27, 2026

ସମୟ ସହ ସଂଘର୍ଷ ହିଁ ସଫଳତାର ମାର୍ଗ – ପ୍ରାରବ୍ଧା ବଡ଼ପଣ୍ଡା 

IMG-20241021-WA0008
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ):ସମୟ ବଡ଼ ମୂଲ୍ୟବାନ ଓ ସମୟ ସହ ସଂଘର୍ଷ କରି ଜାଣିବା କୌଶଳ ହିଁ ସଫଳତାର ମାର୍ଗ ବୋଲି ଓପିଏସସି ପରୀକ୍ଷାରେ ୫୬ନମ୍ବର ରେଙ୍କ ରଖି ଉର୍ତ୍ତିନ୍ନ ହୋଇଥିବା ଯୁଯୋମୁରା ବ୍ଲକ ଅନ୍ତର୍ଗତ ଡ଼ଙ୍ଗରପଡାର ୨୮ ବର୍ଷୀୟା ଝିଅ ପ୍ରାରବ୍ଧା ବଡ଼ପଣ୍ଡା କହିଛନ୍ତି। ଝିଅ ମାନଙ୍କୁ ସ୍ୱାଧୀନତା ଦେଲେ ଝିଅ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ ଯାହା ତାଙ୍କ ପରିବାର ଓ ଶିକ୍ଷା ଗୁରୁଙ୍କୁ ଶ୍ରେୟ ଦେଇ ସେ ଏହା କହିଛନ୍ତି। ସେ ପୁଣି କହିଛନ୍ତି ଚାକିରୀ ଜୀବନରେ ବଡ଼ ନୁହେଁ, ସେବା ହିଁ ଜୀବନ ର ପରିଚୟ ଦେଇଥାଏ। ତେଣୁ ୨୦୨୧ ମସିହାରେ ସଫ୍ଟୱେର ଭଳି ଚାକିରୀ ଛାଡି ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ହୋଇଥିଲି ଓ ସେହି ସଫଳତା ହିଁ ଆଜି ମତେ ୫୬ ନମ୍ବର ସ୍ଥାନରେ ବସାଇ ସେବା କରିବାର ସୁଯୋଗ ଦେଇଛି। ମୁଁ ସାଧାରଣ ଗୋଟିଏ ଗାଁର ଝିଅ ଓ ଶିକ୍ଷକ ପରିବାର ଭିତରୁ ଆସିଛି। ପରିବାର ପ୍ରୋତ୍ସାହନ ଓ ସ୍ୱାଧୀନତା ମିଳିଲେ ମୋ ପରି ସବୁ ଝିଅ ମାନେ ସଫଳତାର ଦ୍ୱାର ଦେଶରେ ଛିଡା ହୋଇ ପାରିବେ ବୋଲି ପ୍ରାରବ୍ଧା କହିଛନ୍ତି।ସେ ହେଉଛନ୍ତି ପୂର୍ବତନ ସ୍କୁଲ ନିରୀକ୍ଷକ ତଥା ବିଶିଷ୍ଟ କବି ଧନେଶ୍ୱର ବଡ଼ପଣ୍ଡା ଓ ଶିକ୍ଷୟତ୍ରୀ ନମିତା ବଡ଼ପଣ୍ଡାଙ୍କ କନିଷ୍ଟ କନ୍ୟା ଓ ସମ୍ବଲପୁର ଜିଲ୍ଲାର ଆଦର୍ଶ ଶିକ୍ଷକ ଭାଗିରଥି ବଡ଼ପଣ୍ଡାଙ୍କ ନାତୁଣୀ। ପ୍ରାରବ୍ଧା ହେଉଛନ୍ତି ଯୁଯୋମୁରା ଏପରିକି ଡ଼ଙ୍ଗରପଡା ଗ୍ରାମର ପ୍ରଥମ ଓଏଏସ।ତାଙ୍କୁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।