November 15, 2024

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଚକ୍ର, ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ 

Share

ବାଲିପଦର : ତା ୨୦/୧୦/୨୪ : ଓଡିଶାର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ “ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ” ପକ୍ଷରୁ ସ୍ଥାନୀୟ ଦିବ୍ଯ ଦର୍ଶନ ଜରାଶ୍ରମ ପରିସରରେ ପରିଚାଳନା ସମିତିର ଏକ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ସାଙ୍ଗକୁ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ଗୌରୀପତି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଆବାହକ କୃତ୍ତିବାସ ବିଶ୍ଵାଳ, ପ୍ରତିଷ୍ଠାତା ସଦସ୍ୟ ଅନନ୍ତ କର, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଅଶୋକ ନନ୍ଦ, ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ଦୀର୍ଘ ୩୫ ବର୍ଷ ଧରି କରିଆସିଥିବା ନିରନ୍ତର ପ୍ରୟାସ ସମ୍ପର୍କେ ଆଲୋକପାତ କରିବା ସହ ଆଗାମୀ ଦିନରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ନିଜସ୍ୱ କାର୍ଯ୍ୟକ୍ରମ ଜାରି ରଖିବା ନିମିତ୍ତ ଗୃହୀତ ନିଷ୍ପତ୍ତିକୁ ଘୋଷଣା କରିଥିଲେ । ଏଥି ସହ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାର ପ୍ରତି ବ୍ଲକରେ ୧୫୦ ରୁ ୨୦୦ ଜଣଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ରହିଥିବା ସାହିତ୍ୟ ନିଳୟ ସ୍ଥାପନ ଏବଂ ସୁଲଭ ମୂଲ୍ୟରେ ସାହିତ୍ୟ ଅନୁଷ୍ଠାନମାନକୁ ସାହିତ୍ୟ ସମ୍ମିଳନୀ ପାଇଁ ଯୋଗାଇ ଦେବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପାଞ୍ଚ ଜଣ ବରିଷ୍ଠ ସାରସ୍ୱତ ସାଧକ ଡକ୍ଟର ଲମ୍ବୋଦର ପାଣିଗ୍ରାହୀ , ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର , ବେତାର ଶିଳ୍ପୀ ଓ ନାଟ୍ୟକାର ତଥା ସୁସାହିତ୍ୟିକ ମୋତିଲାଲ ପତି, ବର୍ଷିଆନ କବି ତଥା ସୁସାହିତ୍ୟିକ ବଂଶୀଧର ଷଡ଼ଙ୍ଗୀ ଏବଂ ବର୍ଷୀୟାନ କବି ତଥା ଆଲୋଚକ ଓ ସଙ୍ଗଠକ ରବୀନ୍ଦ୍ରନାଥ ଦାସଙ୍କୁ ବିକ୍ଷିପ୍ତା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ୩୫ ବର୍ଷ ପୂରଣ କରି ୩୬ ବର୍ଷରେ ପଦାର୍ପଣ କରିଥିବା ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ପରିଚାଳନା ସମିତିର ସମସ୍ତ ସଦସ୍ୟ ଏବଂ ଉପସ୍ଥିତ ସମସ୍ତ ସହଯୋଗୀଙ୍କୁ ଅଙ୍ଗବସ୍ତ୍ର , ସ୍ମୃତି ଫଳକ ଓ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ଆୟୋଜିତ ଆଲୋଚନା ଚକ୍ରରେ ଡ.ଲମ୍ବୋଦର ପାଣିଗ୍ରାହୀ , ଦଣ୍ଡପାଣି ମହାପାତ୍ର, ଡ.ଲକ୍ଷ୍ମୀନାରାୟଣ ଦାଶ , ଵିଜୟ ଚନ୍ଦ୍ର ମିଶ୍ର , ଅରବିନ୍ଦ ପଣ୍ଡା , ସନ୍ତୋଷ କୁମାର ଜେନା , ପ୍ରଭାତୀ ମଞ୍ଜରୀ ବେହେରା , ବୈଷ୍ଣବ ଚରଣ ଦାଶ , ମନୋଜ କୁମାର ପଟ୍ଟନାୟକ , ଅମୂଲ୍ୟ କୁମାର ଦାଶ , ରାଜୀଵ ଲୋଚନ ପାଣିଗ୍ରାହୀ , ଶ୍ରୀନିବାସ ପଣ୍ଡା ଓ ଚିନ୍ମୟ କୁମାର ବେବର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ । ଆଗାମୀ ଏକବର୍ଷ ମଧ୍ୟରେ ବ୍ରହ୍ମପୁର, ଛତ୍ରପୁର, ଚିକିଟି, କୋରାପୁଟ, ଭଞ୍ଜନଗର ଆଦି ସ୍ଥାନରେ “ଆମ ଗାଁ ଆମ ସାହିତ୍ୟ” କାର୍ଯ୍ୟକ୍ରମ ସାଙ୍ଗକୁ ଭଞ୍ଜନଗରରେ “ବିକ୍ଷିପ୍ତା କବୟିତ୍ରୀ ସମ୍ମିଳନୀ” ଏବଂ ଭୁବନେଶ୍ବରରେ “ରାଜ୍ୟସ୍ତରୀୟ ବିକ୍ଷିପ୍ତା ସାହିତ୍ୟ ସମ୍ମିଳନୀ” ଆୟୋଜନ କରାଯିବା ନେଇ ଘୋଷଣା କରାଯିବା ସହ ଏହି କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ପ୍ରତିଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ , ରାଜେନ୍ଦ୍ର କୁମାର ବିଷୋୟୀ, ବସନ୍ତ କୁମାର ବିଷୋୟୀ ଓ କଣ୍ଠଶିଳ୍ପୀ ସୁଶ୍ରୀ ଝରଣା ବିଷୋୟୀ ଭଞ୍ଜ ସଙ୍ଗୀତ, ଭଜନ ଏବଂ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏ ଅବସରରେ ବୈଷ୍ଣବ ଚରଣ ଦାଶଙ୍କ ଶାରଦୀୟ ଦୂର୍ଗୋତ୍ସବ ପୂଜା ପଦ୍ଧତି ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା । ପରିଶେଷରେ ଡ.ଶ୍ୟାମା ପ୍ରସାଦ ମିଶ୍ର ଆଗାମୀ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ପାଇଁ ଗଠିତ ବିଭିନ୍ନ ସମିତିର ସଦସ୍ୟମାନଙ୍କ ନାମ ଘୋଷଣା ସହ ଧନ୍ୟବାଦ ଅର୍ପଣ କରିଥିଲେ ।