November 15, 2024
Share

 

 

୧-ଭୁବନେଶ୍ୱର:୫ମ ଜାତୀୟ ଜଳ ପୁରସ୍କାର, ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶା ପ୍ରଥମ।

 

୨-ଭୁବନେଶ୍ୱର:ଓଡ଼ିଶା ଛାଡୁଛି ମୈ।ସୁମୀ,୧୬ରୁ ବଦଳିବ ପାଗ।

 

୩-ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି,ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ।

 

୪-ମେଲାଣି ନେଉଛନ୍ତି ଜଗତଜନନୀ ମାଆ, ଭସାଣୀ ପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ବନ୍ଦୋବସ୍ତ।ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏ କଟକଣା ବଳବତ୍ତର।

 

୫-ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗ୍‌ଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠନ କଲେ ସରକାର, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠିତ।

 

 

୬-ସୋର ମଙ୍ଗଳପୁର ଶିଙ୍ଗlଖୁଣ୍ଟା ଛକ:ରିଲ କରିବା ହେଲା କାଳ, କେନାଲରେ ପଡ଼ି ଦୁଇ ନାବାଳକ ନିଖୋଜ।

 

୭-ଭରତପୁର ଥାନା ନିର୍ଯାତନା ମାମଲାର ଖୋଲିବ ଗୁମର, ସରିଲା ନିଲମ୍ବିତ ୫ ପୋଲିସଙ୍କ ସବୁ ପରୀକ୍ଷା।

 

୮-ଓଡ଼ିଆ ଯୁବତୀ ଦିଲ୍ଲୀରେ ଗଣ ଦୁଷ୍କର୍ମ ମାମଲା, ଦିଲ୍ଲୀ ସିପିଙ୍କ ସହ କଥାହେଲେ ଡିଜିପି ୱାଇ.ବି ଖୁରାନିଆ।

 

୯-ଛତିଆ ନିକଟରେ ବାଇକକୁ ଧକ୍କା ଦେଲା ବସ, ଜଣେ ମୃତ, ଜଳିଗଲା ବସ।

 

୧୦-ରେରା ଆଇନରେ ହେବ ପରିବର୍ତ୍ତନ, କାମ ନ ଥାଇ ଅଫିସ ଆସିଲେ ଦଲାଲ ବୋଲି ଧରାଯିବ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା।

 

୧୧-ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ସେପ୍ଟେମ୍ବରରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି, ପହଞ୍ଚିଛି ୫.୪୯ ପ୍ରତିଶତରେ।

 

୧୨-ସାଲେପୁର:୨୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ର ବିକ୍ରି,ବେଲରପା ଗାଁର ଅନନ୍ତ ସାମଲଙ୍କ ଘରେ ଅଛି ଶିଶୁ ପୁତ୍ର , ଥାନାରେ ଅଭିଯୋଗ କଲେ ପରିବାର।

 

୧୩-ପୁରୀ:ଆହୁରି ସହଜ ହେବ ଶ୍ରୀଜିଉଙ୍କ ଦର୍ଶନ, ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ।

 

୧୪-ମୟୂରଭଞ୍ଜ:ନାଳ ଭିତରକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ।

 

୧୫-ରତ୍ନଗର୍ଭା କେନ୍ଦୁଝର ମାଟିରେ ସୁନାର ସନ୍ଧାନ; ନମୁନା ସଂଗ୍ରହ କରୁଛି GSI ।

 

୧୬-ଜାତୀୟ ଟିଭି ଓ ବଲିଉଡ ଫିଲ୍ମର ହାସ୍ୟରସ କଳାକାର ଅତୁଲ ପରଚୁରେଙ୍କ ୫୭ ବର୍ଷ ବୟସରେ ପରଲୋକ।

 

୧୭-ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ବଡ ଘୋଷଣା, ମୁମ୍ବାଇରେ ଟୋଲ ଫି ଛାଡ଼।

 

୧୮-ପାଟନା:ଦଶହରା ମେଳାରେ ସାମିଲ ଥିବା ହାତୀର ଉପଦ୍ରବ, କାର୍-ବାଇକ୍ ଭାଙ୍ଗିଲା, ଜୀବନ ବଞ୍ଚାଇବାକୁ ଦୌଡ଼ିଲେ ଲୋକେ।

 

୧୯-ରାଜଧାନୀ ଦିଲ୍ଲୀରେ ବାଣ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ, ଅକ୍ଟୋବର ୧୪ରୁ ଜାନୁୟାରୀ ୧, ୨୦୨୫ ପର୍ଯ୍ୟନ୍ତ ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର।

 

୨୦-ନୂଆ ଦିଲ୍ଲୀ:ଦୀପାବଳି ପୂର୍ବରୁ ଶସ୍ତା ହେବ ବିମାନ ଯାତ୍ରା, କମିବ ଘରୋଇ ଉଡାଣ ଭଡ଼ା।

 

୨୧-ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍‌: ଡାରୋନ ଏସ୍‌ମୋଗ୍ଲୁ, ସାଇମନ ଜନ୍‌ସନ୍‌ ଓ ଜେମ୍‌ସ ଏ. ରବିନ୍‌ସନ୍‌ଙ୍କୁ ମିଳିତ ଭାବେ ଅର୍ଥନୀତିରେ ମିଳିବ ନୋବେଲ୍‌।

 

୨୨-ଏଲନ ମସ୍କଙ୍କ SpaceXକୁ ସଫଳତା, ରକେଟର ଉତକ୍ଷେପଣ ପରେ ଲଞ୍ଚ ପ୍ୟାଡରେ ସଫଳ ଲ୍ୟାଣ୍ଡିଂ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*