June 18, 2026

ବାଦୁଆରେ ଦୁର୍ଗା ପୂଜା ଉପଲକ୍ଷେ କଳସ ଯାତ୍ରା 

IMG-20241009-WA0017
Share

ବୁଗୁଡା : ତା ୦୯/୧୦/୨୪ : ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତର ବାଦୁଆ ଗ୍ରାମରେ ମା ଦୁର୍ଗାଙ୍କ ପୂଜା ଉପଲକ୍ଷେ କଳସ ଯାତ୍ରା ଓ ବେଲ୍ବଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଦଶଭୂଜା ଯୁବକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ସାମିଲ ଥିଲେ। ପୁରୋହିତ ଷଷ୍ଠୀ ପ୍ରସାଦ ହୋତା ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ସତ୍ଯ ନାରାୟଣ ବେହେରା ଦାୟିତ୍ବ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ରାମଚନ୍ଦ୍ର ଦୋରା ପରିଚାଳନା କରିଥିବା ବେଳେ ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ।