October 7, 2024

ଆଇଡ଼ିବିଆଇ ଵ୍ୟାଙ୍କର ୬୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ “ମା ପାଇଁ ଗଛଟିଏ” ।

Share

ରାୟଗଡ଼ – ଆଇଡ଼ିବିଆଇ ବ୍ୟାଙ୍କର 60ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମା’ ପାଇଁ ଗଛଟିଏ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମ ବ୍ୟାଙ୍କ ଶାଖା ରାୟଗଡ ଏବଂ ସେଞ୍ଚୁରିଆନ ୟୁନିଭରର୍ସିଟି ରାୟଗଡ଼ ଶାଖାର ମିଳିତ ଉଦ୍ୟମରେ ୟୁନିଭରସିଟି ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ୟୁନିଭରସିଟି ରିଜିଓନାଲ ଡାଇରେକ୍ଟର ଡାକ୍ତର ରାଜେଶ କୁମାର ପାଢ଼ୀଙ୍କ ମିଳିତ ସହଯୋଗରେ ଅନୁଷ୍ଟିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଇଡିବିଆଇ ରାୟଗଡ଼ ଶାଖାର ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ନିହାର ରଞ୍ଜନ ସାହୂ, ଋଣ ଅଧିକାରି ଶ୍ରୀଯୁକ୍ତ ଅଂଶୁମାନ ମହାପାତ୍ର, ସେଞ୍ଚୁରିୟନ ୟୁନିଭରସିଟିର ଆଡମିନଷ୍ଟ୍ରେଟିବେ ଅଫିସର ଶ୍ରୀଯୁକ୍ତ କେ. ପି. ଏମ .ମହାପାତ୍ର ଏବଂ ମାର୍କେଟିଂଙ୍ଗ ଟିମ୍ ଲିଡର ତାପସ କୁମାର ବାରିକ ଏବଂ ବ୍ୟାଙ୍କର ଅନ୍ୟ ଅଧିକାରି ଓ କର୍ମଚାରି ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଦୁଇ ପ୍ରତିଷ୍ଠିତ ଅନୁଷ୍ଠାନ ବୃକ୍ଷ ରୋପଣ ଭଳି ମହତ କର୍ମକୁ ପ୍ରୋତ୍ସାହନ ଦେଇଛନ୍ତି। ଅନେକ ଗୁଡ଼ିଏ ଔଷଧୀୟ ଗଛ ଲଗା ଯାଇଥିଲା। ଦୁଇଗୋଟି ଅନୁଷ୍ଠାନ ସମସ୍ତ ଜନ ସାଧାରଣଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ, ବୃକ୍ଷ ହିଁ ଆମ ଜୀବନ, ବୃକ୍ଷ ଆମର ପାଳନ କରିବା ‘ମାଁ’ ଭଳି। ଜନ୍ମ କରିବା ମାଆଙ୍କ ନାମକୁ ସନ୍ତାନ ଯେଉଁଭଳି ନିଜ କାର୍ଯ୍ୟଭାରକୁ ତୁଲାଇ ମାଆଙ୍କ ନାମକୁ ଗୌରବାନିତ କରିଥାଏ ସେହିଭଳି ମା ଙ୍କ ନାମରେ ଆମେ ପରିବେଶ ସୁରକ୍ଷା ପାଇଁ ଗଛ ନିହାତି ଆବଶ୍ୟକ। ଏହି କାର୍ଯକ୍ରମ ମାଧ୍ଯମରେ ପରିବେଶ ସୁରକ୍ଷା ଆମରି ରକ୍ଷା, ଗଛ ନାହିଁ ତ ଜିବନ ନାହିଁ ବୋଲି ସଚେତନତା ବାର୍ତ୍ତା ସୃଷ୍ଟି କରିଛନ୍ତି ଦୁଇ ପ୍ରମୁଖ ଅନୁଷ୍ଠାନ। ସେଞ୍ଚୁରିଆନ୍ ୟୁନିଭରସିଟି ଶିକ୍ଷା ମାଧ୍ଯମରେ ଯୁବ ପିଡିଙ୍କ ଭବିଷ୍ୟତ ଗଡୁଥିବା ସ୍ଥଳେ , ଅର୍ଥ ନୈତିକ ବିକାସ ଦିଗରେ ଏବଂ ଲୋକଙ୍କୁ ଅର୍ଥ ଆକାରରେ ଋଣ ଦେଇ ବେକାରୀ ସମସ୍ୟା ଦୂର କରିବା ଓ ଲୋକଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ବ୍ୟାଙ୍କ ନିଜର ଅହୋରହ ଉଦ୍ୟମ ଜାରି ରଖିଛନ୍ତି। ଆଗକୁ ଆଇଡିବି ଆଇ ବ୍ୟାଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ମାନ କରାଯାଇ ଅର୍ଥ ନୈତିକ ବିକାସ ଦିଗରେ ଆଗକୁ ବଢ଼ିବାରେ ଜନ ସାଧାରଣଙ୍କ ସହାୟକ ହେବା ସହ ଓ ସହଯୋଗ କାମନା କରୁଛୁ ବୋଲି ରାୟଗଡ଼ ଶାଖା ବ୍ୟାଙ୍କ୍ ମ୍ୟାନେଜର ଶ୍ରୀଯୁକ୍ତ ନିହାର ରଞ୍ଜନ ସାହୂ କହିଛନ୍ତି।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ