November 15, 2024

ବିଦ୍ୟାଳୟ ଅଛି କିନ୍ତୁ ଶ୍ରେଣୀଗୃହ ନାହିଁ

Share

(ଉମରକୋଟ ରୁ ଏମ୍ ଦାନା‌‌°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ:-ବିଦ୍ୟାଳୟ ଅଛି ଶ୍ରେଣୀଗୃହ ନାହିଁ, ରାସ୍ତା ଅଛି ଯାତାୟାତ ନାହିଁ, ଲୋକଙ୍କ ପାଖରେ ମୋବାଇଲ ଅଛି କିନ୍ତୁ ନେଟୱାର୍କ ନାହିଁ!ଲୋକେ କିଭଳି ଅସୁବିଧା ର ସମ୍ମୁଖୀନ ହେଉଥିବେ ତାହା ଚିନ୍ତା ର ବିଷୟ!ଏଭଳି ଦୃଶ୍ୟ ଦେଖିବାକୁ ମିକିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ତୋରେଙ୍ଗା ପଂଚାୟତ ଅଧୀନରେ ଥିବା ପୋନାର ଗ୍ରାମରେ!ଏହି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ଥିବାବେଳେ ପ୍ରତ୍ୟେକ ଶ୍ରେଣୀ ପାଇଁ ଗୋଟିଏ ଶିକ୍ଷକ ଅର୍ଥାତ ଆଠ ଜଣ ଶିକ୍ଷକ ଏବଂ 320ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଏହି ବିଦ୍ୟାଳୟ ରେ ଶ୍ରେଣୀଗୃହ ନାହିଁ, ବାରଣ୍ଡା ରେ ଶିକ୍ଷକ ପିଲାମାନଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି ଏବଂ ଉକ୍ତ ବିଦ୍ୟାଳୟ ରେ ପଚେରୀ ନାହିଁ ଯାହାଫଳରେ ଏଠାରେ କୌଣସି ବଗିଚା ନିମନ୍ତେ ଗଛ ଲଗାଇ ପାରୁନାହାନ୍ତି ଶିକ୍ଷକ!ଏବିଷୟରେ ଉଚ୍ଚ ଅଧିକାରୀ ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଜଣେଇବା ସହ ଲିଖିତ ଆକାରରେ ଅଭିଯୋଗ ଦେବା ସତ୍ୱେ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରଧାନ ଶିକ୍ଷକ ରଘୁନାଥ ପୂଜାରୀ କହିଛନ୍ତି!ଏବିଷୟ ରେ ଉମରକୋଟ ବିଇଓ ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିଲା ନାହିଁ କାରଣ ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ବିଇଓ ପରୀକ୍ଷା ର ତଦାରଖ କରୁଛନ୍ତି!ସେପଟେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ନିମନ୍ତେ ଅନେକ ସୁବିଧା ଅନଲାଇନ ରେ କରିଥିବା ବେଳେ ଏହି ଗ୍ରାମରେ ମୋବାଇ ଅଛି କିନ୍ତୁ ନେଟୱାର୍କ ନାହିଁ ପିଲାମାନେ କିପରି ଅନଲାଇନ ରେ ପାଠପଢିବେ? ପୋନାର ଗ୍ରାମଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଛତିଶଗଡ ରାଜ୍ୟ ର ସୀମା ଆସେ!ଯଦି କୌଣସି ସ୍ୱାସ୍ଥ୍ୟ ସେବା ନିମନ୍ତେ ଗ୍ରାମବାସୀ ଆମ୍ବୁଲାନ୍ସ କୁ ଫୋନ କରନ୍ତି ତାହାହେଲେ ଛତିଶଗଡ କୁ ଫୋନ ଟି ଲାଗେ କାରଣ ଏହି ଗ୍ରାମରେ ଛତିଶଗଡ ର ନେଟୱାର୍କ ଆସିଥାଏ!ରାସ୍ତା ଅଛି କିନ୍ତୁ ଯାତାୟାତ ପାଇଁ କୌଣସି ବସ, ଆମ୍ବୁଲାନ୍ସ ଉକ୍ତ ଗ୍ରାମକୁ ଯାଉନାହିଁ!ଉକ୍ତ ଗ୍ରାମ ସହ ଆଖ ପାଖ କେତୋଟି ଗ୍ରାମ ର ଏଭଳି ଅବସ୍ଥା, ଚିନ୍ତା ର ବିଷୟ ଏହି ଗ୍ରାମ ଗୁଡିକ ର ଲୋକେ କିଭଳି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତାହା କୌଣସି ରାଜନେତା ଙ୍କ ଦୃଷ୍ଟି ଗୋଚର ହୋଇ ପାରୁନାହିଁ!ସେମାନେ କେବଳ ନିର୍ବାଚନ ଆସିଲେ ଭୋଟ ପାଇଁ ସବୁ ପ୍ରତିଶୃତି ଦେଇ ଭୋଟ ନେଇ ସବୁ ଭୁଲି ଯାଉଛନ୍ତି ଏବଂ ଦେଇଥିବା ପ୍ରତିଶୃତି କୁ କାଗଜ କଲମରେ ଲିଖିତ କରି ଫୋପାଡ଼ି ଦିଅନ୍ତି!ପାଞ୍ଚ ବର୍ଷ ପରେ ପୁଣି ରାଜନେତା ମାନଙ୍କୁ ଗ୍ରାମବାସୀ ଙ୍କ ମନେ ପଡେ ଭୋଟ ନେବା ପାଇଁ!ବର୍ତମାନ ଦେଖିବାକୁ ବାକି ରହିଲା ରାଜନେତା ଓ ସରକାରୀ ଅଧିକାରୀ ମନେ ଉକ୍ତ ଗ୍ରାମ ଗୁଡିକର ଏଭଳି ଅସୁବିଧାର ସମାଧାନ କେବେ କରିବେ।