November 26, 2024
Share

୧-ପଦଯାତ୍ରା ଶୁଭାରମ୍ଭ କରି ବିଜେପିକୁ ନିଶାଣା କଲେ ନବୀନ,ମିଛ କହି ନିର୍ବାଚନ ଜିତିପାର, ଲୋକମାନଙ୍କ ହୃଦୟ ନୁହେଁ।

୨-ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷା ନୀତି -୨୦୨୦।ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ।

୩-ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୋହନ,୫ ଲକ୍ଷ କୋଟି ନିବେଶ ଆଣିବୁ।

୪-ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ନିଯୁକ୍ତି ପାଇବେ ୧୬୦୧୦ ଶିକ୍ଷକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

୫-ଭରତପୁର ଥାନାରେ ହଙ୍ଗାମା ମାମଲା,ଆଜି ୫ ପୁଲିସ ଅଧିକାରୀଙ୍କ ହେବ ପଲିଗ୍ରାଫ୍ ପରୀକ୍ଷା।

୬-ଆଇପିିଏସ ସ୍ତରରେ ଅଦଳବଦଳ, ବିନୋଦ ପାଟିଲ୍‌‌ ହେଲେ ମାଲକାନଗିରି ଏସପି, ରାହୁଲ ଗୋଏଲ ହେଲେ କଟକ ରେଲୱେ ଏସପି, ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗର ନିର୍ଦ୍ଦେଶ।

୭-୯ ତାରିଖରୁ ଜନତା ମଇଦାନରେ ସେବା ପ୍ରୟାସ ଫାଉଣ୍ଡେସନର ଦାଣ୍ଡିଆ ମହୋତ୍ସବ।

୮-ଭଦ୍ରକ ଓ ଧାମନଗରରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା, ଏବେ ବି ଜାରି ରହିଛି ୧୬୩ ଧାରା।

୯-କନ୍ଧମାଳ:ଜ୍ୟେଷ୍ଠ ଗଣ୍ଡକି ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ, ୨ ପୋଲିସ ନିଲମ୍ବିତ, ୩ ହୋମଗାର୍ଡଙ୍କୁ ସ୍ଥାନାନ୍ତର।

୧୦-ସମଲେଶ୍ୱରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠାଇବା ମନା । ପ୍ରି ୱେଡିଂ ଏବଂ ଅନ୍ୟାନ୍ୟ ଭିଡିଓଗ୍ରାଫି ଉପରେ ଲାଗିଲା କଟକଣା ।

୧୧-କିଟ୍ ଓ କିସରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, କିସ୍ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

୧୨-କୋରାପୁଟ:କାଠ ବୋଝେଇ ଟ୍ରକ ସହ ପିଟି ହେଲା ବସ, ୧୫ରୁ ୨୦ ଜଣ ଆହତ, ୬ ଗୁରୁତର।

୧୩-ସ୍ୱଚ୍ଛ ଭାରତ ମିଶନ – ମୋଦୀଙ୍କୁ ପ୍ରଶଂସା କଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ।

୧୪-ବିହାର:ବ୍ଲେଡ ଭାଙ୍ଗିଯିବାରୁ ବନ୍ୟାଜଳରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର।

୧୫-ଚେନ୍ନାଇ:ସାମସଂଗ କଂପାନିରେ ଧର୍ମଘଟ, ୯୦୦ରୁ ଅଧିକ କର୍ମଚାରୀଙ୍କୁ ଅଟକ ରଖିଲା ପୁଲିସ।

୧୬-ଦିଲ୍ଲୀ ପୁଲିସକୁ ବଡ଼ ସଫଳତା, ୨୦୦୦ କୋଟି ଟଙ୍କାର କୋକେନ୍ ଜବତ, ୪ ଗିରଫ।

୧୭-ଇଲେକ୍ଟ୍ରିକ୍ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ ହେଲା ପିଏମ୍ ଇ-ଡ୍ରାଇଭ୍ ଯୋଜନା।

୧୮-ପୂର୍ବତନ ନିର୍ବାଚନ ବିଶ୍ଳେଷକ ପ୍ରଶାନ୍ତ କିଶୋର ନିଜ ନୂଆ ରାଜନୈତିକ ଦଳ ‘ଜନ ସୂରାଜ ପାର୍ଟି’ର ଶୁଭାରମ୍ଭ କରିଛନ୍ତିି।

୧୯-ଭାରତୀୟ ନାଗରିକଙ୍କୁ ଇରାନ ଯାତ୍ରାରୁ ଦୂରେଇ ରହିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପରାମର୍ଶ।

୨୦-ମଧ୍ୟପ୍ରାଚ୍ୟ ସଙ୍କଟ: ଆରବ ଦେଶଗୁଡ଼ିକ ସହିତ ଜରୁରୀ ବୈଠକ କଲା ରୁଷ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed