October 5, 2024

ବେଲଗୁଣ୍ଠା ବ୍ଳକ୍ ରେ ବିଜେଡ଼ିର ପଦଯାତ୍ରା ଆରମ୍ଭ

Share

 

 

ବେଲଗୁଣ୍ଠା, 03/10, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀରେ ବିଜେଡ଼ିର ପଦଯାତ୍ରା ବେଲଗୁଣ୍ଠା ବ୍ଳକ୍ ଉଢୁରା ପଂଚାୟତ କୋକଲୁଣ୍ଡା ଗ୍ରାମରୁ ଆରମ୍ଭ ହୋଇଯାଇଛି I ଆଜି ଅପରାହ୍ଣ ତିନି ଘଣ୍ଟା ସମୟରେ ସୋରଡ଼ାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ କାଳୀ ମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ମଝି ଦାଣ୍ଡରେ ଏକ ସଭାର ଆୟୋଜନ ହୋଇଥିଲା I ବିଜେପି ଲୋକଙ୍କୁ ମିଛ ପ୍ରତିଶୃ୍ତି ଦେଇ ଶାସନକୁ ଆସିଥିବା ପ୍ରକାଶ କରିବା ସହ ଲୋକଙ୍କୁ ଦେଇଥିବା ପ୍ରତିଶୃ୍ତି ପାଳନ କରୁନଥିବାରୁ ଏନେଇ ଘରେ ଘରେ ବାର୍ତ୍ତା ପହଞ୍ଚାଇବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ସ୍ୱାଇଁ କର୍ମୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ I ବିଜେପି ସରକାର ପ୍ରତ୍ୟେକ ଘରକୁ 300 ୟୁନିଟ୍ ମାଗଣା ବିଦ୍ୟୁତ୍, ସମସ୍ତ ଭତ୍ତାଧାରିଙ୍କୁ 3000 ଟଙ୍କା ଭତ୍ତା ପ୍ରଦାନ ଏବଂ ସୁଭଦ୍ରା ଯୋଜନାରେ ଦୁଇ ବର୍ଷରେ ସବୁ ମହିଳାଙ୍କୁ 50000 ଟଙ୍କା ପ୍ରଦାନ ପାଇଁ ପ୍ରତିଶୃ୍ତି ଦେଇଥିବା ବେକେ ବର୍ତ୍ତମାନ ତାର ବିପରୀତ କାମ କରୁଛି I ବିଜେପି ସରକାରକୁ ଆସିବା ପରେ କେବଳ ଅଶୀ ବର୍ଷର ହିତାଧିକାରୀଙ୍କୁ 3500 ଟଙ୍କାର ଭତ୍ତା ଘୋଷଣା କରିଥିବ ବେଳେ ଅନ୍ୟମାନଙ୍କ ଭତ୍ତାରେ କୌଣସି ବୃ୍ଦ୍ଧି ହୋଇନି I ବିଦ୍ୟୁତ୍ ବିଲ୍ ଟଙ୍କାଟିଏ ମଧ୍ୟ ଛାଡ ହୋଇନି I ମହିଳାଙ୍କୁ 2 ବର୍ଷରେ 50000 ବଦଳରେ 5 ବର୍ଷରେ 50000 ଦେବାର ବ୍ୟବସ୍ଥା କରାଯାଇଛି ଯାହା ବିଜେପିର ମିଛ ପ୍ରତିଶୃ୍ତିକୁ ପଦାରେ ପକାଇଦେଇଛି ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ପ୍ରମିଳା ପ୍ରଧାନ, ନଗରପାଳ ଫିରୋଜ କୁମାର ସେଠୀ, ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ତଥା ବଡ଼ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର, ମହିଳା ବିଜେଡ଼ି ସଭାପତି ତଥା ସମିତିସଭ୍ୟା ମମତା ଭୋଳ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ତଥା ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ,ନେଟଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼ ,ଜିଲ୍ଲାପରିଷଦ ବିଦ୍ୟାଧର ବିଷୋୟୀ, ଜିଲ୍ଲାପରିଷଦ ପ୍ରତିନିଧି ଚନ୍ଦ୍ର ଶେଖର ନାୟକ, ବରିଷ୍ଠ ବିଜେଡ଼ି ନେତା ଉମା ନାୟକ,ସନ୍ତୋଷ ସ୍ଵାଇଁ,ଉଢୁରା ସରପଞ୍ଚ ପ୍ରତିନିଧି ପଞ୍ଚାନନ ପ୍ରଧାନ, ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀଙ୍କ ସମେତ ବହୁ ସରପଞ୍ଚ ସମିତିସଭ୍ୟ ଏବଂ ଏନଏସିର ବହୁ କାଉନସିଲର୍ ଯୋଗ ଦେଇଥିଲେ I ସେହିପରି ଆସିକା ଚିନିକଳ ସଭାପତି ରବୀନ୍ଦ୍ରନାଥ ପଣ୍ଡା, ଆସିକା ବ୍ଳକ୍ ଅଧ୍ୟକ୍ଷ ସାଇବାଣି ମଲ୍ଲିକ, ଉପାଧ୍ୟକ୍ଷ ଅମୂଲ୍ୟ ସାହୁ, ସୋରଡା ନଗରପାଳ ଶିବ ଶଙ୍କର ପଣ୍ଡା, ସୋରଡା ବ୍ଳକ୍ ବିଜେଡ଼ି ସଭାପତି ବସନ୍ତ ସ୍ଵାଇଁ, ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଜେଡ଼ି ନେତା ଭଗବାନ ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ଫ୍ରଫୁଲ୍ଲ କୁମାର ସ୍ଵାଇଁଙ୍କ ସମେତ ବେଲଗୁଣ୍ଠା ବ୍ଳକ୍,ଏନ୍ଏସି, ସୋରଡା ବ୍ଳକ୍, ଏନ୍ଏସିର ବହୁ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ I ଆଜି ଶ୍ରୀ ସ୍ଵାଇଁ ଙ୍କ ଜନ୍ମଦିନ ଥିବାରୁ ବ୍ଲକ ଓ ଏନ ଏ ସି ପକ୍ଷରୁ କେକ କାଟି ଅଭିନନ୍ଦନ

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ