October 5, 2024

ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଶେଷ ..

Share

    ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ୪୫ ତମ କୁମାର ଉତ୍ସବ ଉପଲକ୍ଷେ ଛାତ୍ରୀ ଛାତ୍ର ନେଇ ଚାଲିଥିବା ଦୁଇଦିନିଆ ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ବୁଧବାର ଶେଷ ହୋଇଛି । ଦିତୀୟ ଦିନ ରେ

ସ୍ଥାନୀୟ ଶରଧାବାଲି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଛି । କ୍ରୀଡା ସମ୍ପାଦିକା ସରସ୍ବତୀ ଦାସଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସରରେ ଅଙ୍କ ଦୌଡ଼, ଚିତ୍ରାଙ୍କନ, ଲିଟିଲ୍
ମିସ୍ ଓ ଲିଟିଲ୍‌ ମାଷ୍ଟର, ପେରର କ୍ରପ୍ଟ, ସ୍ପେଲିଂ ବି, ବେଲୁନ୍ ଗ୍ଲାଷ୍ଟ ଓ ମୁଜିକ୍‌ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲାର ବିଭିନ୍ନ ବ୍ଳକରୁ ଶତାଧିକ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହି ପ୍ରତିଯୋଗିତା ଆୟୋଜନର ଉଦ୍ଦେଶ୍ୟ ରହିଥିଲା । କୃତୀ ପ୍ରତିଯୋଗୀଙ୍କୁ ବେଳାଭୂମି ଠାରେ ପୁରସ୍କୃତ୍ କରାଯିବ । ପ୍ରତିଯୋଗିତା କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଂସାଦ ଶୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ନେତା କୃଷ୍ଣ ଚନ୍ଦ୍ର ପଣ୍ଡା , ସରକାରୀ ଆଇନଜୀବୀ ଭଗବାନ ପଢ଼ିଆରୀ, ଅନୁଷ୍ଠାନ ର ସଭାପତି ରଜନୀକାନ୍ତ ଲେଙ୍କା, ସମ୍ପାଦକ ଆଲୋକ ମହାପାତ୍ର , ଉପଦେଷ୍ଟା ସନ୍ତୋଷ ଶତପଥ, ବିଜୟ କୁମାର ଆପଟ୍ଟ, ପ୍ରଦିପ୍ତ କୁମାର ମିଶ୍ର, ହରେକୃଷ୍ଣ ମିଶ୍ର, ବାସୁଦେବ ଦାସ ଦୋଳଗୋବିନ୍ଦ ମହାନ୍ତି , ନାରାୟଣ ଗୋଛିକାର ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେହିପରି ପ୍ରତ୍ୟକ୍ଷରେ କୁନି କୁନି ପିଲାଙ୍କ ଙ୍କୁ ନେଇ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା ।ପରେ ପରେ ସମ୍ବାଦ ଆମ ଓଡ଼ିଶା ପରିବାର ର ସହଯୋଗରେ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆମ ଓଡ଼ିଶା ଜିଲା ସଂଯୋଜକ ଶ୍ୟାମ କାହ୍ନl ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ସେହିପରି ନିଶୁଳ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭ୍ୟ ଅମିତ କୁମାର ଚାର୍ଟାଜୀ, ଜିତେନ୍ଦ୍ରନାଥ ଦାସମହାପାତ୍ର, କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, କ୍ରୀଡା ସହସମ୍ପାଦକ ପ୍ରଶାନ୍ତ ମୁଦୁଲି, କୃପାସିନ୍ଧୁ ମହାପାତ୍ର, ବିକ୍ରମ ପରିଡା, କାର୍ଯ୍ୟାଳୟ ସମ୍ପାଦକ ଜଗମୋହନ ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ଲକ୍ଷ୍ମୀନାରାୟଣ ପଣ୍ଡା, ଅମୀୟ ପ୍ରସାଦ ନାଗ, ରୁଦ୍ର ନାରୟଣ ମିଶ୍ର, ଅଭିନବ ପ୍ରଧାନ, ଅଶୋକ ପଲେଇ ରାଜିବ ରଥ, ଗିରିଜା ପ୍ରସାଦ ଦାଶ , ମନିଷା ମହାନ୍ତି, ସୁଶ୍ରି ସଂଙ୍ଗୀତା ମହାନ୍ତି, ରିତିକା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।