October 5, 2024

କ୍ଲଷ୍ଟର ସ୍ତରୀୟ ସୁରଭି ଉତ୍ସବ ରେ ୯ଗୋଟି ବିଦ୍ୟାଳୟ ସାମିଲ !!

Share

ତିର୍ତ୍ତୋଲ ::- ବିଦ୍ୟା ଅଟଇ ମହାଧନ, ବିଦ୍ୟାର୍ଥୀ କର ଉପାର୍ଜନ !!ବିଦ୍ୟା ସହିତ ଅନ୍ୟ ଗୁଣ ,ଜାଣିଛ ଯେବେ ଦିଅ ଧ୍ୟାନ !ବିଦ୍ୟା ବ୍ୟତୀତ ଅନ୍ୟ କଳାତ୍ମକ ଲୁକାୟିତ ଜ୍ଞାନ ଯେବେ ଥାଏ ! ତାହାକୁ ଲୋକଲୋଚନ କୁ ଆଣିବାକୁ ପ୍ରୋତ୍ସାହନ ଦେବାରେ ସରକାରୀ ସ୍ତରରେ ପ୍ରୟାସ କରାଯାଉଛି !ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ କଳାକୁ ଚିହ୍ନଟ କରାଯାଇ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ହେଉଛି ସୁରଭି କାର୍ଯ୍ୟକ୍ରମ !ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଧୀନରେ ଥିବା ଆଖଣ୍ଡଳ କ୍ଲଷ୍ଟର ର ସିଆରସିସି ଦୀପକ କୁମାର ମହାନ୍ତିଙ୍କ ତତ୍ୱାବଧାନରେ, ତେନ୍ତୁଳିପଦା ପଞ୍ଚାୟତ ଅଧୀନ ଜଗଦୀଶ ପଞ୍ଚଗ୍ରାମ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ସୁରଭି କାର୍ଯ୍ୟକ୍ରମ !ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏବିଓ ବିଷ୍ନୁପ୍ରିୟା ଦେବୀ ଛାତ୍ରଛାତ୍ରୀ ମାନେ ନିଜ ନିଜର ଲୁକାୟିତ ପ୍ରତିଭା କୁ ପ୍ରକାଶିତ କରିବାକୁ ଉତ୍ସାହିତ କରିଥିଲେ !ମୁଖ୍ୟ ବକ୍ତା ଥିଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ମହମ୍ମଦ ଓସାମା !ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ, ତିର୍ତ୍ତୋଲ ଶିଶୁମନ୍ଦିର ଶିକ୍ଷାଗୁରୁ ଅରୁଣ କୁମାର ସାମନ୍ତରାୟ, ତିର୍ତ୍ତୋଲ ପ୍ରେସ କ୍ଲବ ର ସଭାପତି ଶରତ କୁମାର ଦାଶ,ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଚିରସ୍ମିତା ମିଶ୍ର !ସୁରଭି କାର୍ଯ୍ୟକ୍ରମ ପାଇଁ ପରିଚାଳନାଗତ ସହାୟତା କରିଥିଲେ ସଁଅରା କ୍ଲଷ୍ଟର ର ସିଆରସିସି ରଶ୍ମିରଂଜନ ନାୟକ !ସର୍ବମୋଟ କ୍ଲଷ୍ଟର ଅଧୀନରେ ଥିବା ୯ଗୋଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀ, ଅବିଭାବକ ମାନେ ଉପସ୍ଥିତ ଥାଇ ସୁରଭି କାର୍ଯ୍ୟକ୍ରମ କୁ ପରିଚାଳନା କରାଯାଇଥିଲା ! ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମେରିଟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ! ଏହି ସମସ୍ତ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ ନିର୍ମଳା ମଞ୍ଜରୀ ସାହୁ, ବିନ୍ଦୁ ପରିଜା, ଶଶୀକାନ୍ତ ବାରିକ, ମନୋଜ କୁମାର ବେହେରା ଏବଂ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ !

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ସହିତ ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଓଡିଶା !!