October 5, 2024

ବୁଗୁଡ଼ା ବ୍ଲକ ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ

Share

ବୁଗୁଡ଼ା : ତା ୦୧/୧୦/୨୦୨୪ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାଣିତରା ରିଜିଓନାଲ ହାଇସ୍କୁଲଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ୧୧ଟି କ୍ଲଷ୍ଟର ସ୍ତରୀୟ କୃତି ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲା ବେଳେ ସେମାନଙ୍କ ମଧ୍ୟରେ ପୁଣି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଇଓ ଚିନ୍ମୟ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲା ବେଳେ ଏଥିରେ ଅତିଥି ଭାବେ ଏବିଇଓ ତପସ୍ବିନୀ ସାହୁ, ସିଡିପିଓ ବବିତା କୁମାରୀ ପଣ୍ଡା,ତହସିଲଦାର ତାପସ ରଞ୍ଜନ ରାଉତ, ବ୍ଲକ ଉପାଧକ୍ଷ ମାନସ ରଞ୍ଜନ ପ୍ରଧାନ, ମାଣିତରା ମେଡିକାଲ ଡାକ୍ତର ରୁଦ୍ର ପ୍ରସାଦ ବିଶ୍ବାଳ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ। ଏ ଅବସରରେ କୃତି ପ୍ରତିଭାଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମାଣିତରା ହାଇସ୍କୁଲ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମହାରଣା ଓ ସିଆରସିସି ଶଶୀକାନ୍ତ ପାତ୍ର ପରିଚାଳନା କରିଥିବା ବେଳେ ଅନ୍ଯ ସମସ୍ତ ସିଆରସିସିଙ୍କ ସମେତ ବିଇଓ କାର୍ଯାଳୟ କର୍ମଚାରୀ ବି.ଦୁର୍ଗାପ୍ରସାଦ, ସୁଶାନ୍ତ କୁମାର ଡାକୁଆ, ସୋନାଲିନ୍ ପଣ୍ଡା, ଅନିଲ୍ ପରିଡା ଓ ପ୍ରିୟଦର୍ଶୀ ଦାଶ ପ୍ରମୁଖ ସହଯୋଗ କରିଥିଲେ।