November 26, 2024

ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ..

Share

ବୋଲଗଡ଼,(ଉପାନ୍ତ ଖବର):ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ଆନ୍ତର୍ଜାତିକ ନାଗରିକ ଦିବସ

ପାଳିତ ହୋଇଯାଇଛି । ପ୍ରାର୍ଥନା ସଭାରେ ଶିକ୍ଷକ ବିଭୁପ୍ରସାଦ ମହାପାତ୍ର ଓ ଶିକ୍ଷକ ସ୍ମିତାସିନ୍ଧୁ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ସମସ୍ତ

ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏ ସମ୍ପର୍କରେ ଶପଥ ପାଠ କରିଥିଲେ ।

ଶ୍ରବଣ କୁମାର ପରି ପିତାମାତାଙ୍କ ସେବା କରିବା,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗୁରୁଜନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ସେମାନଙ୍କୁ ବାଧିବା ପରି କଟୁ କଥା ନ କହିବା

ଓ ଆଗ୍ରହରେ ସେମାନଙ୍କ ଆଦେଶ

ଏବଂ ଉପଦେଶ ପାଳନ କରିବାକୁ

ଶିକ୍ଷକ ବିଶ୍ୱଜିତ୍ ସରୋଜ କୁମାର ଓ

ଶିକ୍ଷୟିତ୍ରୀ ଶୈବାଳକା ମଲ୍ଲିକ ସୌଦାମିନୀ ସୁବୁଦ୍ଧି ପିଲାମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ସଂପୃକ୍ତ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବାକୁ

ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ରଚନା ଓ ସମ୍ବିତ କେଦାର

କରଙ୍କ ନିର୍ଦ୍ଦେଶନାରେ ବିଦ୍ୟାର୍ଥୀ ମାନେ ଏକ କ୍ଷୁଦ୍ର ନାଟକ ‘ବୃଦ୍ଧ ପିତା ମାତା ଜରାଶ୍ରମରେ ‘ ମଞ୍ଚସ୍ଥ କରିଥିଲେ ।ବିଚାରକ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ,ଶୁଭଶ୍ରୀ ଧଳ ଓ ନମିତା ସାହୁଙ୍କ ମୂଲ୍ୟାୟନରେ

ଯଥାକ୍ରମେ ବୋହୂ,ବୃଦ୍ଧ ପିତା ଓ

ଗାଁ ମହିଳା ଭୂମିକାରେ ଅଭିନୟ କରିଥିବା ସସ୍ମିତା ସାହୁ,ବିଶ୍ବରଂଜନ

ଦତ୍ତ ଓ ସୋନି ମହାନ୍ତି ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ପ୍ରତିଯୋଗୀ ହାସଲ କରି ପୁରସ୍କୃତ ।ହୋଇଥିଲେ ।ଶିକ୍ଷୟିତ୍ରୀ ଶ୍ରିତାଲିନି ସାହୁ,ସୌଦାମିନୀ ପରିଡ଼ା,ଶିବ ପ୍ରଧାନ କାର୍ଯ୍ୟକ୍ରମ

ପରିଚାଳନା କରିଥିଲେ ।ସ୍ନେହଲତା

ପାଇକରାୟ ସହଯୋଗ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed