ଉମରକୋଟ ରେ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଅନ୍ଵେଷା ହଷ୍ଟେଲ ପରିଦର୍ଶନ…………
ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଆଜି ସକାଳେ ୭/୩୦ ସମୟ ରେ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟ। ନନ୍ଦ ଗଣ୍ଡ ଉମରକୋଟ ଝରୀଗାଁ ରୋଡ଼ ଠାରେ ଥିବା ଅନ୍ଵେଷା ହଷ୍ଟେଲ କୁ ଅଚାନକ ପରିଦର୍ଶନ ରେ ଯାଇଥିଲେ। ଏତେ ସକାଳେ ମନ୍ତ୍ରୀ ଙ୍କ ଅଚାନକ ଗସ୍ତ କୁ ଦେଖି ହଷ୍ଟେଲ ର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ହଷ୍ଟେଲ କୋଠାର ଚଟାଣ, ସିଡ଼ି ରୁ ସିମେଣ୍ଟ ଛାଡିଯିବା ଓ ଶୌଚାଳୟ ରେ ଯେଉଁ ପାଇପ ଫିଟିଙ୍ଗ ହୋଇଛି ସେଗୁଡିକ ଅତି ନିମ୍ନ ମାନର କାର୍ଯ୍ୟ ହୋଇଛି ବୋଲି କୋଠା ନିର୍ମାଣ କରିଥିବା ସଂସ୍ଥାର ମ୍ୟାନେଜର ସହ କଥା ହୋଇ ମରାମତି ପାଇଁ କହିଥିଲେ। ସେହିଭଳି ହଷ୍ଟେଲ ରେ ୫୦୦ ଛାତ୍ର ଛାତ୍ରୀ ରହୁଥିବା ବେଳେ ପିଲାଙ୍କ ପାଇଁ ପାଣି ର ଅଭାବ କୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ଏବଂ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେଇ ଥିଲେ। କନିଷ୍ଠ ଯନ୍ତ୍ରୀ ତୁରନ୍ତ ଏହାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ। ମନ୍ତ୍ରୀ ପିଲା ଙ୍କ ପାଇଁ ରନ୍ଧା ଖାଦ୍ୟ ର ମାନ ପରୀକ୍ଷା ପାଇଁ ନିଜ ଖାଇ ଥିଲେ ଓ ଏଥିରେ ସନ୍ତୁଷ୍ଟ ପ୍ରକଟ କରି ଥିଲେ। ମନ୍ତ୍ରୀ ଆସିଥିବା ଶୁଣି ପି. ଏ ଆଇ ଟି ଡି ଏ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ଯ ହଷ୍ଟେଲ ଆସି ପରିଦର୍ଶନ କରି ଯାଇଛନ୍ତି।ମନ୍ତ୍ରୀ ଙ୍କ ସହ ବିଜେପି ର କିଛି କାର୍ଯ୍ୟ କର୍ତ୍ତା ଓ ହଷ୍ଟେଲ ଦାୟିତ୍ୱ ରେ ଥିବା ଶିକ୍ଷକ ହର ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।