October 1, 2024

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ 

Share

 

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ହିନ୍ଧୁ ପରିଷଦ ଓ ବଜରଙ୍ଗ ଦଳ ର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆରଏସଏସ ର ଖଣ୍ଡ କାର୍ଯ୍ୟବାହ ବିଭୁତି ଭୂଷଣ କୁଦେଇ ପ୍ରାନ୍ତ ଧର୍ମ ପ୍ରସାର ପ୍ରମୁଖ ଦିଲ୍ଲୀପ ମେହେର , ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗଣପତି ପାଢ଼ି , କାର୍ଯ୍ୟକାରୀ ସଭାପତି ନୀଳାମ୍ବର ହୋତା , ସମ୍ପାଦକ ଗଣେଶ ଭାଇ , ବଜରଙ୍ଗ ଦଳର ବିଭାଗ ସଂଯୋଜକ ଜିତୁ ବଡ଼ମାଳି, ପ୍ରଖଣ୍ଡ ସଭାପତି ଦୁର୍ଯୋଧନ ମେହେର , ସମ୍ପାଦକ ତ୍ରିନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସତସଙ୍ଗ ପ୍ରମୁଖ ରାକେଶ କୁମାର ବାରିକ ବକ୍ତା ଭାବେ ବୈଠକ କୁ ଆଗେଇ ନେଇଥିଲେ ।ଏହି ବୈଠକ ରେ ବିଶ୍ୱ ହିନ୍ଦୁ ପରିଷଦ ର ଇତିହାସ, କାର୍ଯ୍ୟ, ଲକ୍ଷ୍ୟ ସହିତ ଭାରତୀୟ ସଭ୍ୟତା, ସଂସ୍କୃତି କୁ ନଷ୍ଟ କରିବା ପାଇଁ ବିରୋଧୀ ତତ୍ତ୍ୱ ର କୁଟିଳ ଚକ୍ରାନ୍ତ, ଗଣେଷ ଭଗବାନ ଉପରକୁ ଆକ୍ରମଣ, ପାକିସ୍ତାନ ଜିନ୍ଦାବାଦ ର ଦେଶ ବିରୋଧୀ ନାରା, ବାଂଲାଦେଶୀ ରୋହିଙ୍ଗିଆ ଙ୍କ ଅନୁପ୍ରବେଶ ଇତ୍ୟାଦି ର ଚର୍ଚ୍ଚା କରିବା ସହିତ ସଂଗଠନ କୁ କିପରି ସୁଦୃଢ କରା ଯିବ ସେହି ସମ୍ବନ୍ଧ ରେ ଆଲୋଚନା କରାଯାଇଥିଲା।