October 1, 2024

ଦୁର୍ଗାପୂଜା ପୂର୍ବରୁ ଆଇନ ପାଠ ପଢିଲେ ଶାନ୍ତି କମିଟି ସଦସ୍ୟା..

Share

       ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସୋସାଇଟି ଫର ନେଚର, ଏଜୁକେସନ ଆଣ୍ଡ ହେଲଥ (ସ୍ନେହ) ଫାଉଣ୍ଡେସନ ଓ ମେନେନାଇଟ ସେଣ୍ଟ୍ରାଲ କମିଟିର ମିଳିତ ଆନୁକୂଲ୍ୟରେ ସ୍ନେହ କେନ୍ଦ୍ର ଭୁବନେଶ୍ୱରସ୍ଥିତ ସାଲିଆ ସାହିଠାରେ ଏକ ଆଇନ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ନେହ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଦିବାକର ମହାଳି ଅତିଥି ପରିଚୟ ଦେବା ସହ ସ୍ନେହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ରେଷ୍ଟରେଟିଭ ନ୍ୟାୟ କମିଟିର ସଭ୍ୟାମାନଙ୍କ ସହ ପରିଚିତ କରାଇଥିଲେ ଓ କିପରି ନ୍ୟାୟ ବ୍ୟବସ୍ଥା ଲୋକାଭିମୁଖୀ ହୋଇପାରିବ, ସେ ନେଇ ସ୍ନେହ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ବିଷୟରେ ଅବଗତ କରାଇଥିଲେ। ତତପରେ ଏଥିରେ ମୂଖ୍ୟ ଅତିଥି ଭାବେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ସଭାରେ ଉପସ୍ଥିତ ଥିବା ମହିଳାଙ୍କୁ ଶ୍ରୀ ମିଶ୍ର ସାଇବର କ୍ରାଇମ, ଘରୋଇ ହିଂସାକୁ ନେଇ ରହିଥିବା ଆଇନ ତଥା ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ରହିଥିବା ଲୋକାଭିମୁଖୀ ବିଚାର ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ।

 

ଉଲ୍ଲେଖଯୋଗ୍ୟ ଯେ, ଏହି ସଭାରେ ସାଲିଆ ସାହିର ଶାନ୍ତି କମିଟିର ୫୦ରୁ ଉର୍ଦ୍ଧ୍ବ ସଦସ୍ୟା ଉପସ୍ଥିତ ରହି ଆଇନ ଉପରେ ନିଜର ମତାମତ ରଖିଥିଲେ। ସର୍ବଶେଷରେ ସ୍ନେହ ଅନୁଷ୍ଠାନର ସ୍ୱସ୍ତିକା ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଏହିପରି ଆଇନ ସାକ୍ଷରତା କାର୍ଯ୍ୟକ୍ରମ ରାଜଧାନୀର ପ୍ରତି କୋଣ ଅନୁକୋଣରେ ଜାରି ରହିବ ବୋଲି ସୁଚାଇଥିଲେ।