ଅନୁସଙ୍ଗିକ କାମ ନ ସରୁଣୁ ମେଡିକାଲ ନୂଆ କୋଠାରେ ଔଷଧ ବିତରଣ ଓ ରକ୍ତ ପରୀକ୍ଷା 

IMG-20240930-WA0039
Share

 

 

 

କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାର୍ଶ୍ଵରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଏକ ନୂତନ କୋଠା ନିର୍ମାଣ ହୋଇଛି. ଏହି ନୂତନ କୋଠା ମଧ୍ୟରେ ଆଧୁନିକ ଚିକିତ୍ସା ସେବା ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ମେସିନ ଏବଂ ଯନ୍ତ୍ର ଯାହା ରୋଗୀ ମାନଙ୍କ କାମରେ ଆସିବ ସେ ସବୁ ରହିବା ପାଇଁ ବ୍ୟବସ୍ତା ଥିବା ଦୃଶ୍ୟମାନ ହେଉଛି. କୋଠା ର ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ବୈଦ୍ୟୁତିକରଣ ତଥା ଅନୁସଙ୍ଗିକ କାମ ପ୍ରାୟ ସରି ନ ଥିବା ବେଳେ କୌଣସି ରାଜନୈତିକ ବ୍ୟକ୍ତିତ୍ୱ କିମ୍ୱା ପ୍ରଶାସନିକ ଅଧିକାରୀ ଙ୍କ ଅଗୋଚର ରେ କୋଠା ବିନା ଉଦ୍ଘାଟନରେ କୋଠା ମଧ୍ୟରେ ରକ୍ତ ପରୀକ୍ଷା ଓ ଔଷଧ ବିତରଣ ହେଉଥିବା ଦେଖାଯାଇଛି. କୋଠା ରେ କୌଣସି ଫଳକ ମଧ୍ୟ ଖଞ୍ଜା ଯାଇ ନାହଁ.(ରାଧାନାଥ ଚୌଧୁରୀ )

You may have missed