April 10, 2025

କର୍କଟ ପୀଡିତା ନୟନା ସାମଲଙ୍କୁ ଆର୍ଥିକ ସହାୟତ

Share

 

କୁଜଙ୍ଗ ବ୍ଲକ ପାଟପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାହାଡ଼ା ଗ୍ରାମର କର୍କଟ ରୋଗରେ ପୀଡ଼ିତା ନୟନା ସାମଲଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ନୟନା କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ଚିକିସ୍ଥିତ ହେଉଛନ୍ତି | ସ୍ୱାମୀ ଏହି କିଛି ଦିନ ତଳେ ଆର ପାରିକୁ ଚାଲିଛନ୍ତି | ସ୍ୱାମୀ ଯାହା ମୁଲ ମଜୁରୀ କରି ଦୁଇ ପଇସା ଆଣୁଥିଲେ ସେଥିରେ ପରିବାର ଦୁଃଖେ କଷ୍ଟେ ଚଳି ଯାଉଥିଲା | ହେଲେ ଏବେ ଅର୍ଥର ଘୋର ଅଭାବ | ବର୍ତ୍ତମାନ ଅର୍ଥାଭାବରୁ ନୟନାଙ୍କ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ସଂଯୋଜକ କୁନେଶ ବାରିକ , ବରିଷ୍ଠ ସଦସ୍ୟ ନନ୍ଦନନ୍ଦନ ଜୟସିଂ ଏବଂ ସିଦ୍ଧାର୍ଥ ଷଡ଼ଙ୍ଗୀ ପ୍ରମୁଖ ନୟନାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ନୟନା ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |