November 26, 2026

ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

IMG-20261126-WA0060
Share

ସମ୍ବଲପୁର ତା:୨୬/୦/୧୧/୨୦୨୬- ଆଜି ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭାଗୃହରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମଞ୍ଚ ତରଫରୁ ଦିବଂଗତ ବିଶିଷ୍ଟ ଶିକ୍ଷାବିତ୍, ଶିକ୍ଷକ ନେତା ନାଟ୍ୟକାର,ଚଳଚିତ୍ର କାହାଣୀ ଲେଖକ ତଥା ସୁସାହିତ୍ଯିକ ସ୍ବର୍ଗତ ଶୈଳେଶ ଚନ୍ଦ୍ର ପଟ୍ଟନାୟକ,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷକନେତା ସ୍ବର୍ଗତ ଅଜିତ କୁମାର ଦାଶ, ଟାଉନ ହାଇସ୍କୁଲର ଅବସରପ୍ରାପ୍ତ କ୍ରୀଡ଼ାଶିକ୍ଷକ ସ୍ବର୍ଗତ ଯୋଗେଶ କୁମାର ତିୱାରୀ,ବିଶିଷ୍ଟ ସଂସ୍କୃତ ଶିକ୍ଷକ କର୍ମକାଣ୍ଡ ବିଶାରଦ ନିରଞ୍ଜନ ଷଡ଼ଙ୍ଗୀ ଓ ଅବସରପ୍ରାପ୍ତ ହିନ୍ଦୀଶିକ୍ଷକ ସ୍ବର୍ଗତ ବିଭୂତି ଭୂଷଣ ପଣ୍ଡାଙ୍କ ପରମଗତି ପ୍ରାପ୍ତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମଞ୍ଚର ସଭାପତି ଶ୍ରୀ ହୀରାଲାଲ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସର୍ବପ୍ରଥମେ ସଂଗଠନ ର ସଂପାଦକ ରାଜେନ୍ଦ୍ର କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।ସ୍ବର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସଂଗଠନ ର ସଭ୍ୟମାନଙ୍କ ମଧ୍ୟରୁ ସର୍ବଶ୍ରୀ ହରି ନାରାୟଣ ପଣ୍ଡା, ସନ୍ତୋଷ କୁମାର ପ୍ରଧାନ, ପଦ୍ମନାଭ ମହାକୁଡ଼, ଉଦିତ ଚନ୍ଦ୍ର ପାଟଯୋଶୀ, ଶୁକ୍ଳାଂଶୁ ପଟ୍ଟନାୟକ ଓ କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ଦିବଂଗତ ବ୍ୟକ୍ତିତ୍ଵମାନଙ୍କ ଗୁଣକୀର୍ତ୍ତନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।