September 29, 2024

ବୁଗୁଡ଼ା ଏନଏସି ପକ୍ଷରୁ ” ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ 

Share

 

 

ବୁଗୁଡ଼ା :ତା ୨୯/୦୯/୨୪ : “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବୁଗୁଡ଼ା ଏନଏସି ପକ୍ଷରୁ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏନଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏନଏସି ଅଧକ୍ଷ ଚିତ୍ରସେନ ପ୍ରଧାନ , ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ , କାଉନସିଲର ବବ୍ରୁ ବାହାନ ପ୍ରଧାନଙ୍କ ସମେତ ସ୍ୱଚ୍ଛ କର୍ମୀ, ସୁପରଭାଇଜର ଓ କର୍ମଚାରୀମାନେ କାଦପଡା ନିକଟରେ ଥିବା ଏଫଏସଟିପି ପ୍ଲାଣ୍ଟ ପରିସରରେ ସମସ୍ତେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିଥିଲେ l କାର୍ଯ୍ୟକ୍ରମକୁ ପରିମଳ ଅଧିକାରୀ ମୁନା ଗୌଡ଼, ସୁପରଭାଇଜର ରାଜେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ l