November 26, 2024

ଗଜପତି:- ଜିଲ୍ଲାସ୍ତରୀୟ ୧୮ ତମ ବିଶ୍ଵ ଜଳାତଙ୍କ ଦିବସ-୨୦୨୪ ପାଳନ ଅବସରରେ ଟୀକାକରଣ , ଶୋଭାଯାତ୍ରା ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ୧୮ ତମ ବିଶ୍ଵ ଜଳାତଙ୍କ ଦିବସ-୨୦୨୪ ପାଳନ ଅବସରରେ ବିଭିନ୍ନ ପ୍ରଜାତିର କୁକୁର ମାନଙ୍କୁ ପ୍ରତିଷେଧକ ଟୀକାକରଣ ସମେତ ଶୋଭାଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ କୁକୁର ମାନଙ୍କ ନିମନ୍ତେ ଜଳାତଙ୍କ ପ୍ରତିଷେଧକ ଟୀକାକରଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଭାରପ୍ରାପ୍ତ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ରମାକାନ୍ତ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭିଏସଏଏସ:- ଶ୍ରୀ ଗୌରହରି ବେହେରା ଏବଂ ଭିଟି: ଶ୍ରୀ ଏ: ଶଙ୍କର ରାଓ ପ୍ରମୁଖ ଆସିଥିବା ୬୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର କୁକୁର ମାନଙ୍କୁ ଜଳାତଙ୍କ ପ୍ରତିଷେଧକ ଟୀକା ଦେଇଥିଲେ। ।

ଏହି ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିଅନ ୟୁନଭରସିଟିର ସ୍କୁଲ ଅଫ ଭେଟରିନାରି ଏଣ୍ଡ ଏନିମଲ୍ ସାଇନ୍ସ ବିଭାର ଶତାଧିକ ଛାତ୍ରଛାତ୍ରୀ ମାନେ ମହାରାଜାଙ୍କ ବାଳକ ବିଦ୍ୟାଳୟ ଛକ ଠାରୁ ଏକ ବିରାଟ ସଚେତନତା ଶୋଭାଯାତ୍ରାରେ ବାହାରି ବିଭିନ୍ନ ସଚେତନତା ମୂଳକ ପ୍ଳା-କାର୍ଡ ଧରି ଏବଂ ବିଭିନ୍ନ ସ୍ଲୋଗାନ ଦେଇ ଜଳାତଙ୍କ ରୋଗ ଉପରେ ଜନ ସଚେତନ କରାଇଥିଲେ । ଏହି ସଚେତନତା ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ , ବିଭାଗୀୟ ଡିନ: ପ୍ରଫେସର ରାଜ କିଶୋର ସ୍ୱାଇଁ ଏବଂ ପ୍ରଫେସର ଡ଼ଃ ଏସପି: ନନ୍ଦ ।

ପରେ ସ୍ଥାନୀୟ ଗଜପତି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାମୁଖ୍ୟ ପ୍ରାଣୀଚିକିସ୍ୟା ଅଧିକାରୀ ଡ଼ାଃ ରମାକାନ୍ତ ରଣାଙ୍କ ସଭାପତିତ୍ବରେ ସେଞ୍ଚୁରିଅନ ୟୁନଭରସିଟିର ସ୍କୁଲ ଅଫ ଭେଟରୀନାରି ଏଣ୍ଡ ଏନିମଲ ସାଇନ୍ସ ବିଭାଗୀୟ ମୁଖ୍ୟ ଡିନ ପ୍ରଫେସର ରାଜ କିଶୋର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳାତଙ୍କ ରୋଗ କଣ , ଏହାର ଲକ୍ଷଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟର ବିଭିନ୍ନ ଦିଗ ଉପରେ କହି ବୁଲା କୁକୁରଙ୍କ ପ୍ରତି ସାବଧାନ ରହିବା ସହ ଏମାନଙ୍କ କାମୁଡ଼ାର ଶିକାର ହେଲେ ତୁରନ୍ତ ଚିକିତ୍ସାଳୟ ଯାଇ ପ୍ରତିଷେଧକ ଟିକା ନେଲେ ରୋଗରୁ ଉପଶମ ମିଳିଥାଏ ଏବଂ ଏହି ରୋଗର ମୂଳୋତ୍ପାଟନ ପାଇଁ ସାମୁହିକ ଉଦ୍ୟମ ଓ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ସେହିଭଳି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ରମାକାନ୍ତ ରଣା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଏହି ଜଳାତଙ୍କ ରୋଗ କିଭଳି ସଂକ୍ରମିତ ହୋଇଥାଏ , ଏହି ରୋଗର ଲକ୍ଷଣ ଓ କୁକୁର କି ଅନ୍ୟ ପଶୁ କାମୁଡ଼ିଲେ କିପରି ସାବଧାନତାର ସହ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବେ ଏବଂ ଏହି ଭୟଙ୍କର ରୋଗ ଦାଉରୁ ନିଜକୁ କିଭଳି ସୁରକ୍ଷିତ ରଖିବେ , ସେ ସମ୍ପର୍କରେ କହିଥିଲେ ।

କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଏଡିଭିଓ: ଡ଼ାଃ ଶୁଭଙ୍କର ସେଠୀ ।

ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ: ଡାକ୍ତର ମୁବାରକ୍ ଅଲି, ବିଭାଗୀୟ ଡେପୁଟି ଡାଇରେକ୍ଟର ଡ଼ାଃ ବିଧୁତ ଶେଖର ମିଶ୍ର , ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁରେଶ କୁମାର ପଟ୍ଟନାୟକ , ବିଭାଗୀୟ ଏଡିଭିଓ: ଡ଼ାଃ ନାରାୟଣ ମହାପାତ୍ର , ଓଡ଼ିଶା ଜୀବିକା ମିଶନ ଡିପିଏମ: ଶ୍ରୀ ଟିମନ ବାରା ପ୍ରମୁଖ ଉପସ୍ଥିତ ରହି ଜଳାତଙ୍କ ରୋଗ ଓ ଏଥିପ୍ରତି ସାବଧାନତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଜଳାତଙ୍କ ପ୍ରତିଷେଧକ ଟୀକାକରଣ ଶିବିର କାର୍ଯ୍ୟକ୍ରମ ଭାରପ୍ରାପ୍ତ ସିଡିଭିଓ: ତଥା ଉପଖଣ୍ଡିୟ ଚିକିତ୍ସାଧିକାରୀ ଡ଼ାଃ ରମାକାନ୍ତ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଡେପୁଟି ଡାଇରେକ୍ଟର ଡ଼ାଃ ବିଧୂତ ଶେଖର ମିଶ୍ରଙ୍କ ନେତୃତ୍ୱରେ ଭିଏଏସ: ଉପଲଡ଼ା ଡ଼ାଃ ସୁଧୀର କୁମାର ସାହୁ ଏବଂ ଭିଏଏସ: ପାରଳାଖେମୁଣ୍ଡି ଡ଼ାଃ ବି: ସାଇ ସନ୍ଦୀପ ପ୍ରମୁଖ ପରିଚାଳନା କରିଥିବା ବେଳେ ବାଘଶାଳା ଏଲଆଇ: ପ୍ରୀତି ବିହାରୀ ଏବଂ ଏଲଆଇ: ଆର:ସିତାପୁର କାଣ୍ଡି ଦେବୀ ପ୍ରମୁଖ ସହଯୋଗ କରିଥିଲେ ।

ସେହିଭଳି ସଚେତନତା ସଭା କାର୍ଯ୍ୟକ୍ରମକୁ ଶ୍ରୀ ବିଭୂତି ଗନ୍ତାୟତ , ଶ୍ରୀ ଗୌରହରି ବେହେରା , ଶ୍ରୀ ଶଙ୍କର ରାଓ , ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ଏବଂ ପ୍ରୀତି ବିହାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

——————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

—————————————–

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.