September 29, 2024

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଟୁରିଜମ୍ ଏଣ୍ଡ ଟ୍ରାଭେଲ ଷ୍ଟଡିସ ବିଭାଗ ତରଫରୁ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି

Share

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଟୁରିଜମ୍ ଏଣ୍ଡ ଟ୍ରାଭେଲ ଷ୍ଟଡିସ ବିଭାଗ ତରଫରୁ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ ଙ୍କ ପୌରହିତ୍ୟ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଏହି ଦିବସ ର ବିଷୟବସ୍ତୁ “ପର୍ଯ୍ୟଟନ ଓ ଶାନ୍ତି” ରହିଥିବା ବେଳେ ଏହି ଅବସର ରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭାଗ ପକ୍ଷ ରୁ କ୍ୟାମ୍ପିଂ ପର୍ଯ୍ୟଟନ ରେ ଔଦ୍ୟୋଗିକ ସମ୍ଭାବନା ଆଧାରିତ ଏକ ଦିବସିୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୱଣ୍ଡର ଲୁଷ୍ଟରସ କମ୍ପାନୀ ର ସି ଇ ଓ ସୌରଭ ସ୍ବପ୍ନିଳ ଓ ସି ଏମ ଓ ଶିବାଂଶ ପ୍ରତାପ ସିଂହ ଏହି ଦିଗ ଉପରେ ଆଲୋକପାତ କରିଥିଲେ। ଏହା ସହିତ ବିଭାଗ ପକ୍ଷରୁ କୁଇଜ୍ ଓ ଫୋଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଆସନ୍ତା ୩ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ବିଭାଗୀୟ ସଂଯୋଜକ ସୂଚନା ଦେଇଛନ୍ତି। ଶେଷ ଦିନ ରେ OIMSEAS ର ଡାଇରେକ୍ଟର (ରିସର୍ଚ୍ଚ) ଡ. ସୁନୀଲ କୁମାର ପଟ୍ଟନାୟକ ବକୃତା ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ରେ ପି ଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ ତ୍ରିପାଠୀ ଙ୍କ ସମେତ ଅନ୍ୟ ପ୍ରାଧ୍ୟାପକ ରୀତୁ ତିୱାରୀ , ଇକବାଲ୍ ଭଟ୍ଟ , କଳ୍ପନା ବେହେରା ଏବଂ ରଞ୍ଜିତ ସିଂ ତଥା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

You may have missed