April 27, 2026

ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର

IMG-20230316-WA0000
Share

 

ଅସ୍ତରଙ୍ଗ ୧୫/୦୩/ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନାନପୁର ଗ୍ରାମରୁ ପୋଲିସ ଉଦ୍ଧାର କରିଛି ।ଖବର ନେବାରେ ଜଣାପଡିଛି ଯେ ଏହି ସନ୍ଦିଗ୍ଧ ପାରାଟି ଆଠ ଦିନ ହେଲା ଉକ୍ତ ଗ୍ରାମରେ ବିଚରଣ କରୁଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ।ବୁଧବାର ଦିନ ୫ ଟା ସମୟରେ ସେହି ଗ୍ରାମର ରୂପନ ପତିଙ୍କ ପୋଷା ପାରାଙ୍କ ପାଖରେ ବସିବା ବେଳେ ତାକୁ ଧରିବାକୁ ସକ୍ଷମ ହୋଇଥିଲେ।ଧରିବା ପରେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଅସ୍ତରଙ୍ଗ ଥାନା ଅଧିକାରୀ ତଥା ନୂଆଗଡ ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ପଞ୍ଚାନନ ପରିଡାଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ତଦନ୍ତ ବେଳେ ପାରାର ଗୋଟିଏ ଗୋଡରେ ପିତ୍ତଳ ଓ ଆଉ ଗୋଟେ ଗୋଡ଼ରେ ପ୍ଲାଷ୍ଟିକ ରିଙ୍ଗି ଲାଗିଛି।ସେଥିରେ Ready VSP DNଲେଖାଯାଇଛି।ପ୍ଲାଷ୍ଟିକ ରିଙ୍ଗରେ 31 ଲେଖାଯାଇଛି।ପୋଲିସ ସନ୍ଦିଗ୍ଧ ପାରାକୁ ଘର ମାଲିକଙ୍କ ହେପାଜରେ ରଖିଛନ୍ତି।ଆସନ୍ତା କାଲି ଜିଲ୍ଲାରୁ ତଦନ୍ତକାରୀ ଦଳ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲ ଥାନା ଅଧିକାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।ଏହି ଘଟଣା ଏବେ ଅସ୍ତରଙ୍ଗ ଅଂଚଳରେ ଚର୍ଚ୍ଚା ଜୋର ହେଉଛି।