September 29, 2024

କାଶୀନଗର ସହରରେ ଦୋକାନ,ହୋଟେଲ ଉପରେ ଅଚାନକ ଚଢ଼ାଉ. ଦୋକାନୀ ଛନକା 

Share

 

କାଶୀନଗର ,

ଆଜି କାଶୀନଗର ସହର ମଧ୍ୟରେ ଥିବା ବିଭିନ୍ନ ହୋଟେଲ ଓ ଦୋକାନ ମାନଙ୍କ ଉପରେ ମିଳିତ ଭାବେ ତିନୋଟି ବିଭାଗ ଚଢ଼ାଉ କରି ଜରିମାନା ପକାଇ ଛନ୍ତି. ଖାଦ୍ୟ ଯାଞ୍ଚ ବିଭାଗର ଅଧିକାରୀ ତପସ୍ୱିନୀ ବେହେରା, ଓଜନ ଓ ମାପ ନିରୀକ୍ଷଣ ଅଧିକାରୀ ଘନଶ୍ୟାମ ମୁଣ୍ଡା, ଏ ଏସ ସି ଏସ ଓ ବିଷ୍ଣୁ ଚରଣ ପରିଡା ଓ ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଶୁଭେନ୍ଦୁ ପାଣିଗ୍ରାହୀ ମିଳିତ ଭବେ କିଛି ମିଠା ଦୋକାନ, ହୋଟେଲ ଓ ରେସଟୁରେଣ୍ଟ, ମାଂସ ଦୋକାନ ବୁଲି ଯାଞ୍ଚ କରିବା ପରେ ରନ୍ଧନ ଗ୍ୟାସ ଦୋକାନ କୁ ମଧ୍ୟ ଯାଞ୍ଚ କରି ଥିଲେ. ଯାଞ୍ଚ ଅଧିକାରୀ ମାନେ ଆସିବା କୌଣସି ସୂତ୍ରରୁ ଖବର ପାଇ କାଶୀନଗର ବସ ଷ୍ଟାଣ୍ଡ ମୁଖ୍ୟ ବଜାର ଓ ଫୋରେଷ୍ଟ ଛକ ର ପ୍ରାୟ ବବଡ ବଡ ଦୋକାନ ମାନ ବନ୍ଦ ଥିଲା. ଯାଞ୍ଚ ସମୟରେ ହୋଟେଲ ମାଙ୍କରେ ସ୍ଵଛତା, କମେରସିଇଲ ରନ୍ଧନ ଗ୍ୟାସ ବ୍ୟବହାର ଓ ବ୍ୟବହୃତ ହେଉଥିବା ସାମଗ୍ରୀ ମାନ ଠିକ ଅଛି ନା ନାହିଁ ସେ ସବୁ ନିରୀକ୍ଷଣ କରିଥିଲେ. ଏସ ସି ଏସ ଓ ବିଷ୍ଣୁ ଚରଣ ପରିଡା ଯାଞ୍ଚ ସମୟରେ କିଛି ଦୋକାନ ଉପରେ ଜରିମାନା ପକାଇ ପ୍ରାୟ 25 ହଜାର ଟଙ୍କାର ଫାଇନ ଆଦାୟ ହୋଇଥିବା ସୂଚନା ଦେଇଥିଲେ.

ସେହିପରି 6 ନମ୍ବର ୱାର୍ଡର ଡୀଲ୍ଲର ଶ୍ରୀନିବାସ ରାଓଙ୍କ ଗୋଦାମ ଗୃହ ଉପରେ ଚଡାଉ କରି ଚାଉଳ ଓ ମାଣ୍ଡିଆ ଜବତ କରିଛନ୍ତି ।ଉକ୍ତ ଡୀଲ୍ଲର ଗୋଦାମ ଗୃହ ନାମରେ ଅଭିଯୋଗ ପୂର୍ବରୁ ଥିଲା.ଡିଲ୍ଲର ଗୋଦାମ ଗୃହର ଚାବି ନ ଦେବାରୁ ଗୋଦାମ ତାଲା ଭାଙ୍ଗି ବେଆଇନ ଗଛିତ ଥିବା ଚାଉଳ ମାଣ୍ଡିଆ କୁ ଜବତ କରି ଗୋଦାମ ସିଲ କରିଥିଲେ। ଏଵଂ ଡିଲ୍ଲର ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀ ରିପୋର୍ଟର